ଜୀବନଚର୍ଯ୍ୟା

ଉଜ୍ବଳ ତ୍ବଚା ପାଇଁ ଆଜି ହିଁ ଆପଣାନ୍ତୁ ବରଫ ଫେସିଆଲ୍‌

ଜାଣନ୍ତୁ ଏହାର ଫାଇଦା

ଗ୍ରୀଷ୍ମ ଋତୁ ପ୍ରାୟ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ । ପ୍ରବଳ ସୂର୍ଯ୍ୟକିରଣ, ଉଚ୍ଚ ତାପମାତ୍ରା ଏବଂ ଗରମ ପବନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତି ହୋଇଥାଏ। ଏହା ବ୍ୟତୀତ ଖରାରେ ଟିକେ ବୁଲି ଗଲେ ସ୍କିନ୍‌ କଲର ମଧ୍ୟ ବଦଳି ଯାଏ। ଯାହା ଫଳରେ ସନବର୍ନ ତଥା ସନଟ୍ୟାନ୍‌ ସମସ୍ୟା ଦେଖା ଦିଏ। ଉତ୍ତାପ ଯୋଗୁଁ ଝାଳ ବାହାରିବା ଏବଂ ପିମ୍ପଲ୍‌ ମଧ୍ୟ ବାହାରିଥାଏ। ଖରାକୁ ଏଡାଇବା ପାଇଁ ଆମେ ସମସ୍ତ ପ୍ରକାରର ପଦକ୍ଷେପ ନେଇଥାଉ। କିନ୍ତୁ ତଥାପି ଅନେକ ଥର ଏଗୁଡିକ କାମକୁ ଆସେ ନାହିଁ। ସୂର୍ଯ୍ୟଙ୍କ ଉତ୍ତାପ ହେତୁ ଅନେକ ପ୍ରକାରର ଚର୍ମ ତଥା ତ୍ବଚା ସମସ୍ୟା ମଧ୍ୟ ଦେଖା ଦେଇଥାଏ। ଏଥିପାଇଁ ଆପଣ ପାର୍ଲର ନଯାଇ କିଛି ଘରୋଇ ମଧ୍ୟ ମଧ୍ୟ କରିପାରିବେ।

ବରଫ ମୁହଁ ପାଇଁ ବହୁତ ଲାଭ ଦାୟକ। ବରଫ ମୁହଁରେ ଲଗାଇବା ଦ୍ବାରା ବହୁତ ଉପାୟରେ କାମ କରେ। କେବଳ ଚର୍ମ ଥଣ୍ଡା ହୋଇନଥାଏ ବରଂ ଚେହେରାରେ ଚମକ ମଧ୍ୟ ଆସିଥାଏ। ତେବେ ଆସନ୍ତୁ ଜାଣିବା ବରଫର ମୁହଁରେ କିପରି ଲଗାଯାଏ।

ବ୍ରଣରୁ ମୁକ୍ତି ପାଆନ୍ତୁ –ଯଦି ମୁହଁରେ ବ୍ରଣର ସମସ୍ୟା ଥାଏ, ତେବେ ଆପଣ ମୁହଁରେ ବରଫ ସାହାଯ୍ୟ ନେଇପାରିବେ। ଏହା ଦ୍ବାରା ବ୍ରଣ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଡାର୍କ ସର୍କଲ୍-ବରଫ ପାଣିରେ ମୁହଁ ଧୋଇଲେ ଡାର୍କ ସର୍କଲ ମଧ୍ୟ ଦୂର ହୋଇଥାଏ । ଏହ ସହିତ, ଡାର୍କ ସର୍କଲଗୁଡିକ ମୁହଁରୁ ଦୂର ହେବା ସହ ମୁହଁକୁ ଆରାମ ଦେଇଥାଏ । ଏହି ବରଫ ଜଳରେ ମୁହଁକୁ ପ୍ରାୟ ଏକ ସପ୍ତାହ ବ୍ୟବହାର କରିବା ଉଚିତ୍‌ ।

Show More

Related Articles

Back to top button