ମନୋରଞ୍ଜନ

ବାହୁବଳୀ-୩ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜାମୌଲୀ

ପ୍ରଭାସ ହୋଇପାରନ୍ତି ମହେନ୍ଦ୍ର ବାହୁବଳୀ

ସାଉଥର ଆଇକନିକ ଓ ବ୍ଲକବୁଷ୍ଟର ଫିଲ୍ମମାନଙ୍କ ମଧ୍ୟରେ ‘ବାହୁବଳୀ’ ସିରିଜ ଅନ୍ୟତମ। ସିରିଜର ନିର୍ମାତା ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଳୀ ଏତେ ଶୀଘ୍ର ତାଙ୍କ ବହୁବଳୀ ଫ୍ରାଞ୍ଚାଇଜିରୁ ବାହାରକୁ ବାହାରୁନଥିବା ଜଣାପଡିଛି। ଏବେ ଏହି ସିରିଜର ତୃତୀୟ ଅଧ୍ୟାୟ ଲାଗି ରାଜାମୌଳୀ ପୁଣି ଥରେ ପ୍ରସ୍ତୁତି ଆରମ୍ଭ କରିଦେଇଥିବାର ସୂଚନା ଆସୁଛି। ନିଜେ ପ୍ରଭାସ ଏହି ସୂଚନା ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହାର ଅଧିକାରୀକ ଘୋଷଣା ହୋଇ ନାହିଁ। ରାଜାମୌଲୀ ଏବେ ତାଙ୍କର ‘ଆରଆରଆର’ ପ୍ରୋଜେକ୍ଟକୁ ନେଇ ବ୍ୟସ୍ତ। ମାର୍ଚ୍ଚ ୨୫ ତାରିଖ ବେଳକୁ ଫିଲ୍ମ ପ୍ରେକ୍ଷାଳୟକୁ ଆସିଯିବ ବୋଲି ଆଶା କରାଯାଉଛି।

ହୁଏତ ଏହି ଫିଲ୍ମ ପରେ ବାହୁବଳୀ-୩ ନେଇ ସ୍ପଷ୍ଚ ଚିତ୍ର ସାମ୍ନାକୁ ଆସିପାରେ। ଏକ ସାକ୍ଷାତକାରରେ ପ୍ରଭାସ ରାଜାମୌଲୀଙ୍କ ସହ ପୁଣି ହାତ ମିଳାଇ ପାରନ୍ତି ବୋଲି କହିଛନ୍ତି। ଏଥିରୁ ବାହୁବଳୀର ତୃତୀୟ ଅଧ୍ୟାୟ ଆରମ୍ଭ ହେଉଥିବାର ଆକଳନ କରାଯାଉଥିବା ବେଳେ ଦକ୍ଷିଣର ପ୍ରଶିଦ୍ଧ ଫିଲ୍ମ ସମୀକ୍ଷକ ଏମ.ବିଜୟାବାଲନ ଏକ ଟ୍ୱିଟ୍‌ କରି ପ୍ରଭାସଙ୍କ ଫ୍ୟାନସ୍‌ଙ୍କୁ ଅଧିକ ଉତ୍ସାହିତ କରିଦେଇଛନ୍ତି। ବାହୁବଳୀରେ କାମ କରୁଥିବାବେଳେ ପ୍ରଭାସୀ ଅନେକ ବଡ଼ ବ୍ୟାନରକୁ ଛାଡିଥିଲେ। କାରଣ ସେତେବେଳେ ସେ ରାଜାମୌଲୀଙ୍କ ପ୍ରୋଜେକ୍ଟର ସଫଳତା ଚାହୁଁଥିଲେ। ଏଣୁ ଅନ୍ୟ ବ୍ୟାନରର କାମ ହାତକୁ ନେଲେ ବିକ୍ଷିପ୍ତ ହେବାର ସମ୍ଭାବନା ଥିଲା ଓ ଫିଲ୍ମ ବିଳମ୍ବିତ ନହେଉ ରାଜାମୌଲୀ ଚାହୁଁଥିଲେ। ଏଣୁ ସେ କେବଳ ରାଜାମୌଲୀଙ୍କ ପ୍ରୋଜେକ୍ଟ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଥିଲେ। ଏବେ ପ୍ରଭାସ ତାଙ୍କ ଫିଲ୍ମ ‘ରାଧେଶ୍ୟାମ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ପୂଜା ହେଗଡେଙ୍କ ସହ ତାଙ୍କର ଏହି ଫିଲ୍ମଟି ମାର୍ଚ୍ଚ ୧୧ ତାରିଖ ବେଳକୁ ପ୍ରେକ୍ଷାଳୟକୁ ଆସିଯିବବୋଲି ଅନୁମାନ କରାଯାଉଛି।

Show More

Related Articles

Back to top button