ଓଡ଼ିଶାଜୀବନଚର୍ଯ୍ୟାସ୍ୱତନ୍ତ୍ର

ମୂଷାକୁ ନମାରି ଘରୁ ବାହାର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ବେଳେବେଳେ ଘରେ ମୁଷାମାନଙ୍କ ରାଜୁତି ପାଇଁ ଗୃହିଣୀମାନେ ବିରକ୍ତ ହୋଇଯାଆନ୍ତି । କେହି କେହି ମଧ୍ୟ ମୂଷା ମାରିବା ପାଇଁ ବିଲେଇ ପାଳିଥାଆନ୍ତି ତ ପୁଣି କେହି ଯନ୍ତା ସାହାର୍ଯ୍ୟରେ ମୂଷାମାନଙ୍କୁ ମାରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଭଳି କିଛି ଉପାୟ ଅଛି ,ଯାହା ସାହାର୍ଯ୍ୟରେ ମୁଷାଙ୍କୁ ନମାରି ମଧ୍ୟ ଘରୁ ଘଉଡାଇ ପାରିବେ ।

ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାକୁ କିପରି ଘରୋଇ ଟିପ୍ସ ମାଧ୍ୟମରେ ସମାଧାନ କରିପାରିବେ-

ପିଆଜ ଗନ୍ଧ-ପିଆଜରୁ ବାହାରୁଥିବା ଗନ୍ଧ ମୁଷାମାନଙ୍କ ପାଇଁ ବିଷାକ୍ତ ଅଟେ। ଯେଉଁଥିପାଇଁ ମୂଷାମାନେ ପଳାଇଯାଆନ୍ତି। ଆପଣ ଘର ମଝିରେ ଏବଂ ମୂଷା ରହୁଥିବା ସ୍ଥାନରେ ପିଆଜ ରସ କିମ୍ବା କଟା ପିଆଜ ରଖିପାରିବେ । ମନେରଖନ୍ତୁ ଯେ ଆପଣଙ୍କ ଘରର ପଶୁମାନେ ଏହି ପିଆଜ ଠାରୁ ଦୂରରେ ରହିବା ଉଚିତ । କାରଣ ଏହା ମଧ୍ୟ ସେମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ।

ରସୁଣ ପାଣି- ରସୁଣ ମଧ୍ୟ ଏକ ପ୍ରକାରର ଟିପ୍ସ । କାହିଁକି ନା ଏଥିରେ ବି ମୂଷାମନେ ଚାଲି ଯାଆନ୍ତି । ତେବେ ରସୁଣକୁ ଏକ ଗ୍ଲାସ ପାଣିରେ ଭଲ ଭାବେ ମିଶାନ୍ତୁ । ମୂଷାମାନେ ବୁଲୁଥିବା ସ୍ଥାନରେ ଏହି ପାଣି ଛିଞ୍ଚନ୍ତୁ । ଦେଖିବେ ସେଠାରେ ସେହି ସ୍ଥାନ ଛାଡି ଚାଲି ଯିବେ ଯଦି ପାରିବେ ଏଥିରେ କିଛି ଲବଙ୍ଗ ମିଶାଇ ପାରିବେ।

ଲଙ୍କା ଗୁଣ୍ଡ-ଲାଲ୍ ଚିଲି ପାଉଡର ଭଲ ପଶୁମାନଙ୍କୁ ଭଗାଇଦିଏ। ତେବେ ମୂଷା କିପରି ଏଥିରୁ ରକ୍ଷା ପାଇବ? ଘରୁ ମୂଷାମାନଙ୍କଠାରୁ ମୁକ୍ତି ପାଇବା ପାଇଁ ଏହି ଟିପ୍ସ ମଧ୍ୟ ଆପଣାନ୍ତୁ। ଘରର କବାଟ ପାଖରେ ଏବଂ ରୋଷେଇ ଘରର କାଉଣ୍ଟର ଏବଂ ତଳ ତଥା ଫ୍ଲୋର କଣ ଧାରରେ ନାଲି ଚିଲି ପାଉଡର ଛିଞ୍ଚନ୍ତୁ । ମୂଷାମାନେ ଏହି ସ୍ଥାନ ଗୁଡିକରେ ଆଉ ରହିବେ ନାହିଁ ।

Show More

Related Articles

Back to top button