Breaking PLUSଓଡ଼ିଶାମୁଖ୍ୟ ଖବର

ଠାକୁରମୁଣ୍ଡାରେ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପୁଲିସ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଠାକୁରମୁଣ୍ଡା ବଜାର, କେନ୍ଦୁଜିଆଣୀ ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି। ଠାକୁରମୁଣ୍ଡା ଥାନାଧିକାରିଣୀ ସାବିତ୍ରୀ ଦଳେଇଙ୍କ ନେତୃତ୍ବରେ ଏଏସଆଇ ରତ୍ନାକର ବାରିକ, କନେଷ୍ଟବଳ ଅକ୍ଷୟ ପରିଡା, ରାମଚନ୍ଦ୍ର ହାଁସଦା, ନରେନ୍ଦ୍ର ମାରାଣ୍ଡି ସମେତ ଥାନା ପୁଲିସ କର୍ମଚାରୀମାନେ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଥିଲେ। ଆଗାମୀ ମେ’ ମାସ ୨୫ ତାରିଖରେ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ଉଭୟ ଲୋକସଭା ଓ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟଗ୍ରହଣ ହେବ। ନିର୍ବାଚନ ସମୟରେ ଓ ପୂର୍ବରୁ ଆଦର୍ଶ ଆଚରଣବିଧି ପାଳନ ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବା ଓ ଲୋକଙ୍କ ମନରୁ ଭୟ ଦୂର କରି ପୁଲିସ ଉପରେ ଆସ୍ଥା ପ୍ରତିଷ୍ଠା ଉଦେଶ୍ୟରେ ଏହି ଫ୍ଲାଗମାର୍ଚ୍ଚ କରାଯାଉଛି ବୋଲି ଠାକୁରମୁଣ୍ଡା ଥାନାଧିକାରିଣୀ ସାବିତ୍ରୀ ଦଳେଇ ପ୍ରକାଶ କରିଛନ୍ତି।

Show More

Related Articles

Back to top button