Breaking PLUSଓଡ଼ିଶାଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମହାକାଳ ମନ୍ଦିରରେ ରାକ୍ଷୀ ପୂର୍ଣ୍ଣିମା, ବାବା ପିନ୍ଧିଲେ ପ୍ରଥମ ରାଖୀ

ଉଜ୍ଜୟିନୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବାବା ମହାକାଳଙ୍କୁ ବନ୍ଧାଯାଇଛି ପ୍ରଥମ ରାଖୀ । ଭସ୍ମ ଆରତୀ ପରେ ମହାକାଳଙ୍କୁ ରାଖୀ ବନ୍ଧାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ 1.25 ଲକ୍ଷ ଲଡୁ ଭୋଗ କରାଯାଇଥିଲା । ଏହି ପ୍ରସାଦକୁ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଛି ।
ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ସକାଳୁ ସକାଳୁ ମହାକାଳଙ୍କ ଭସ୍ମ ଆଳତୀ କରାଯାଇଥିଲା । ଏହାପରେ ପୂଜାରୀ ପରିବାର ପକ୍ଷରୁ ପାରମ୍ପରିକ ଭାବେ ମହାକାଳଙ୍କୁ ରାଖୀ ବନ୍ଧାଯାଇଥିଲା । ରାତି ପ୍ରାୟ ଅଢେଇଟା ବେଳେ ମନ୍ଦିରର ପହଡ ଖୋଲାଯାଇଥିଲା । ଏହାପରେ ବାବାଙ୍କ ଠାରେ ଜଳାଭିଷେକ, ପଞ୍ଚାମୃତରେ ଅଭିଷେକ ତଥା ପୂଜା କରାଯାଇଥିଲା । ଏହାପରେ ପୂଜାରୀ ପରିବାର ପକ୍ଷରୁ ବାବାଙ୍କୁ ରାଖୀ ବନ୍ଧାଯାଇଥିଲା । ପୂଜାରୀ ପରିବାରର 8ଜଣ ମହିଳା ରାଖୀ ବାନ୍ଧିଥିଲେ । ବାବାଙ୍କ ପାଇଁ ସ୍ୱତନ୍ତ୍ର ରାଖୀ ଏହି ତିଆରି କରାଯାଇଥିଲା । ଏହି ରାଖୀ ରେଶମ, ନରମ ବସ୍ତ୍ର ଓ ଆଭୂଷଣରେ ତିଆରି ହୋଇଥାଏ । ଏହି ରାଖୀର ଆକାର ପ୍ରାୟ 2ଫୁଟ୍ ଥିବା ବେଳେ ଏହାକୁ ତିଆରି କରିବାକୁ ପ୍ରାୟ 10ଦିନ ସମୟ ଲାଗିଥାଏ ।
ପରମ୍ପରା ଅନୁସାରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ବାବାଙ୍କ ଠାରେ 1.25ଲକ୍ଷ ଲଡୁ ଭୋଗ କରାଯାଇଥାଏ । ଭୋଗ ପରେ ଏହି ଲଡୁକୁ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ମଧ୍ୟରେ ବାଣ୍ଟିଦିଆଯାଇଥାଏ । ଏହି ପ୍ରକ୍ରିୟା ଶୟନ ଆଳତୀ ଯାଏ ଚାଲିଥାଏ ।ଏହି ଲଡୁ ତିଆରିରେ ପ୍ରାୟ 25 କ୍ବିଣ୍ଟାଲ ବେସନ, 25କ୍ୱିଣ୍ଟାଲ ଚିନି, 20 କ୍ୱିଣ୍ଟାଲ ଶୁଦ୍ଧ ଘିଅ, 3 କ୍ୱିଣ୍ଟାଲ କାଜୁ ଓ କିସମିସ୍ ଏବଂ 50 କିଲୋ ଅଳେଇଚ ବ୍ୟବହାର କରାଯାଏ ।

Show More

Related Articles

Back to top button