Breaking PLUSଓଡ଼ିଶାମୁଖ୍ୟ ଖବର

ବିହାରରେ କଣ୍ଟେନର-ସ୍କର୍ପିଓ ଧକ୍କା, 7 ମୃତ

ପାଟନା: ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରୋହତାସ ଜିଲ୍ଲାର ଶିବସାଗର ଅନ୍ତର୍ଗତ 2 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଆଜି ଭୋର 3ଟା ଘଟିଥିବା ଏହି ଦୁର୍ଘଟଣାରେ 7ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ 5ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଏକ ସ୍କର୍ପିଓ ଯୋଗେ ସମସ୍ତେ ନିଜ ପୈତୃକ ଗାଁ ରାଞ୍ଚି ଫେରୁଥିଲେ । ତେବେ ଶିବସାଗର ଥାନା ଅନ୍ତର୍ଗତ ପଖନାରୀ ଜାତୀୟ ରାଜପଥ-2 ନିକଟରେ ସ୍କର୍ପିଓ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାସ୍ଥଳରେ ହିଁ ସ୍କର୍ପିଓରେ ଥିବା 7ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ 5ଜଣ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇ ଦିଆଯାଇଛି ।

ସମସ୍ତ ମୃତକ ଗୋଟିଏ ପରିବାରର ଓ ସମ୍ପର୍କୀୟ ବୋଲି ସୂଚନା ମିଳିଛି । ଏହି ସ୍କର୍ପିଓରେ 12ଜଣ ଲୋକ ଥିବା ବେଳେ ଏମାନଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଶିଶୁ ମଧ୍ୟ ଥିଲେ । ସମସ୍ତେ କୈମୁର ଜିଲ୍ଲାର କୁଡାରୀ ଗାଁରୁ ଫେରୁଥିଲେ । ତେବେ ରୋହତାସ ଜିଲ୍ଲାର ପଖନାରୀ ନିକଟରେ ଏମାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Show More

Related Articles

Back to top button