Breaking PLUSଓଡ଼ିଶାମୁଖ୍ୟ ଖବର

ଝାଡଖଣ୍ଡରେ ଦୁର୍ଘଟଣା, 2ମୃତ

ରାଞ୍ଚି: ଝାଡଖଣ୍ଡର ନଗଡି ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟୁନ୍ଦୁଲ ବସ୍ତି ନିକଟ ରିଙ୍ଗ ରୋଡରେ ମଙ୍ଗଳବାର ବିଳମ୍ବିତ ରାତିରେ ସ୍କର୍ପିଓ-ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ 2ଜଣଙ୍କର ମୃତ୍ୟୁ ହୋଇଛି । ବାଇକ ଚଳାଉଥିବା ଥିବା ବବଲୁ ବଡାଇକ ଓ ସୁଭାଷ ତିର୍କୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇଜଣ ଯାକ ଗାର୍ଗି ଟୋଲିର ବାସିନ୍ଦା ବୋଲି ଜଣାପଡିଛି ।

ଦୁର୍ଘଟଣା ପରେ ନଗଡୀ ଥାନା ପ୍ରଭାରୀ ରୋହିତ କୁମାର ସିଂ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍କର୍ପିଓ ଓ ବାଇକକୁ ଜବତ କରାଯାଇଛି । ଦୁର୍ଘଟଣା ପରେ ସ୍କର୍ପିଓଟି ଓଲଟିପଡିଛି । ସ୍କର୍ପିଓରେ ଥିବା 12ଜଣଙ୍କ ବିଷୟରେ କୌଣସି ସୂଚନା ମିଳିନଥିବା ବେଳେ ପୋଲିସ ଘଟଣାର ଛାନଭିନ୍ କରୁଛି ।

Show More

Related Articles

Back to top button