Breaking PLUSଦେଶମୁଖ୍ୟ ଖବର

ବଦରପୁରରେ ଭୀଷଣ ସଡକ ଦୁର୍ଘଟଣା, 3 ମୃତ

ନୂଆଦିଲ୍ଲୀ, 3 ମାର୍ଚ୍ଚ- ଦିଲ୍ଲୀର ବଦରପୁର ଅଂଚଳରେ ଫ୍ଲାଏ ଓଭରରେ ଶନିବାର ବିଳମ୍ବିତ ରାତିରେ ଏକ ଟ୍ରକ ଓ କାର ମଧ୍ୟରେ ଜୋରଦାର ଧକ୍କା ହୋଇଛି । ଏହି ଦୁର୍ଘଟଣାରେ କାରରେ ଥିବା ତିନିଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟ ଚାରି ଜଣ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଏମ୍ସ ଟ୍ରମା ସେଂଟରରେ ଭର୍ତ୍ତି କରାଯାଇଛି । କାରରେ ଥିବା ସମସ୍ତ ଲୋକ ଫରିଦାବାଦରେ ବିବାହ କାର୍ଯ୍ୟକ୍ରମରେ ସାମିଲ ହୋଇ ଦିଲ୍ଲୀ ଫେରୁଥିଲେ । ଏହି ସମୟରେ ବଦରପୁର ଫ୍ଲାଇଓଭରରେ ଏହି ଦୁର୍ଘଟଣା ହୋଇଥିଲା । କାରଟି ଭାରସାମ୍ୟ ହରାଇ ଟ୍ରକ ସହ ଧକ୍କା ହୋଇଥିଲା, ଯେଉଁଥିରେ 7ଜଣ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

Show More

Related Articles

Back to top button