Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ତାନରେ ପ୍ରବଳ ତୁଷାରପାତ

କାବୁଲ: ବିଗତ ତିନିଦିନ ଧରି ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଆହତ ୩୦ ଜଣଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତୁଷାରପାତ ଯୋଗୁଁ ବଲ୍‌ଖ ଓ ଫରୟାବ୍‌ ପ୍ରଦେଶରେ ୧୦ ହଜାର ଗୃହପାଳିତ ପଶୁଙ୍କର ପ୍ରାଣହାନି ଘଟିଥିବା କୁହାଯାଉଛି। ଆଫଗାନିସ୍ତାନର ଅଧିକାଂଶ ନାଗରିକ ମେଷପାଳକ ଭାବେ ଜୀବିକା ନିର୍ବାହ କରୁଥିବାବେଳେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କୁ ସର୍ବସ୍ବାନ୍ତ କରିଦେଇଛି। ତୁଷାରପାତ ଯୋଗୁଁ ରାସ୍ତା ଅବରୋଧ ହୋଇଥିବାରୁ ଗମନା ଗମନରେ ଅସୁବିଧା ସୃଷ୍ଟି ହୋଇଛି। ସେପଟେ ସ୍ଥାନୀୟ ଲୋକ କ୍ଷତିପୂରଣ ପାଇଁ ଦାବି କରିଥିବାବେଳେ ତାଲିବାନ ସରକାରଙ୍କ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। କମିଟି ସଦସ୍ୟମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ପୀଡିତଙ୍କୁ ଖାଦ୍ୟପେୟ, ଔଷଧ ଏବଂ ଶୀତବସ୍ତ୍ର ପ୍ରଦାନ କରାଯାଇଛି ବୋଲି ଆଫ୍‌ଗାନ ରେଡକ୍ରସ ସୋସାଇଟିର ମୁଖପାତ୍ର ଜଣାଇଛନ୍ତି।

Show More

Related Articles

Back to top button