Breaking PLUSଓଡ଼ିଶାମୁଖ୍ୟ ଖବର

ହାତୀ ଆକ୍ରମଣରେ ଚାଷୀ ମୃତ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ମହାବୀରରୋଡ଼ ରେଞ୍ଜ ନାଗେଶ୍ୱର ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀ ହେଲେ ଗ୍ରାମର ବାଲିଆ ସିଂହ। ସୋମବାର ରାତିରେ ସେ ବିଲକୁ ଧାନ ଜଗିବାକୁ ଯାଇଥିବାଳବେଳେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ଶୁଣ୍ଢରେ ଟେକି କଚାଡିଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରିବାର ଲୋକେ ପହଞ୍ଚି ମୃତଦେହକୁ ଘରକୁ ଆଣିଥିଲୋ। ମଙ୍ଗଳବାର ମହାବିରୋଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦର ବ୍ୟବସ୍ଥା କରିଛି।

Show More

Related Articles

Back to top button