Breaking PLUSଓଡ଼ିଶାମୁଖ୍ୟ ଖବର

କାମାକ୍ଷାନଗରରେ ଦୁର୍ଘଟଣା, ଜଣେ ମୃତ

କାମାକ୍ଷାନଗର: କାମାକ୍ଷାନଗର ଉପଖଣ୍ଡ ମହାବୀରରୋଡ଼ ଥାନା ଅନ୍ତର୍ଗତ ଗୋବରି ଛକ ନିକଟରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣା ଘଟଛି। ଏକ ବାଇକକୁ ପିକଅପ ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକ ହେଲେ ସେହି ଥାନା ଅନ୍ତର୍ଗତ ଡୋଲିଆ ଗ୍ରାମର ମିଲୁ ସିଂହ ଓ ଗୁରୁତର ହେଲେ ବାପୁନ ସିଂହ। ଉଭୟ ଏକ ବାଇକ ଯୋଗେ କୌଣସି ଏକ କାମରେ ଯାଉଥିବା ବେଳେ ଗୋବରୀ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ରାସ୍ତା ତଳକୁ ଛିଟିକି ପଡିଥିଲେ। ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ପିକଅପ ଗାଡି ଫେରାର ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦର ବ୍ୟବସ୍ଥା କରିଛି।

Show More

Related Articles

Back to top button