Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀରେ ଧରାପଡିଲେ 3ଲୁଟେରା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ କିଛି ଦିନ ଧରି ଲୁଟେରାଙ୍କ ଉତ୍ପାତ ଦେଖାଦେଇଛି। ଏହା ମଧ୍ୟରେ ମଙ୍ଗଳବାର ପୁଲିସଙ୍କୁ ବଡ ସଫଳତା ମିଳିଛି। ପୁଲିସ କବଜାରେ ପଡିଛନ୍ତି ଲୁଟେରା। ବଡଗଡ ପୁଲିସ ଲୁଟେରାଙ୍କୁ କାବୁ କରି ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଜବତ କରିଛି। ଏମାନେ ନିକଟରେ ବ୍ରହ୍ମଶ୍ୱରପାଟଣାରୁ ଦିନ ସମୟରେ ଚୋରି କରିଥିଲେ। ଏହି ଲୁଟ୍‌‌ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ଲୁଟେରା ଦିନ ସମୟରେ ଘରକୁ ଘର ବୁଲି ଜିନିଷ ବ୍ୟବସାୟ କରିବା ସହ ସୁଯୋଗ ଦେଖି ଲୋକଙ୍କ ଘରେ ପଶି ଲୁଟ୍‌‌ କରୁଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button