ଦେଶବ୍ୟକ୍ତିତ୍ୱସେଲିବ୍ରିଟିସ୍ୱାସ୍ଥ୍ୟ

ସାଉଥ ସୁପର ଷ୍ଟାର ପ୍ରଭାସଙ୍କ ସ୍ୱାସ୍ଥ୍ୟାକୁ ନେଇ ଚିନ୍ତାରେ ପ୍ରଶଂସକ

ପ୍ରଭାସ ବର୍ତ୍ତମାନ ସ୍ପେନ୍‌ରେ ରହି ଚିକିତ୍ସିତ ହେଉଛନ୍ତି

ସାଉଥର ସୁପର ଷ୍ଟାର ପ୍ରଭାସଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି,ପ୍ରଭାସ ବର୍ତ୍ତମାନ ସ୍ପେନ୍‌ରେ ରହି ଚିକିତ୍ସିତ ହେଉଛନ୍ତି । ବାର୍ସିଲୋନାରେ ତାଙ୍କର ଅସ୍ତ୍ରୋପଚାର ପରେ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ଡାକ୍ତର କହିଛନ୍ତି । ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ନିକଟରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ରିଲିଜ ହୋଇସାରିଛି। ତେବେ ଫିଲ୍ମ ଦର୍ଶକଙ୍କୁ ସେତେଟା ପସନ୍ଦ ଆସୁନଥିବା ଦେଖାଯାଇଛି । ପ୍ରଥମ ଦିନର ଆୟକୁ ଦେଖି ଫିଲ୍ମ ‘ରାଧେ ଶ୍ୟାମ’ ବକ୍ସ ଅଫିସରେ ଫେଲ୍ ମାରିଥିବା କୁହାଯାଉଛି । ୩୫୦ କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଫେଲ୍ ମାରିଛି । କିଛି ମାସ ପୂର୍ବେ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ସାଲାର ସୁଟିଂ ସମୟରେ ପ୍ରଭାସ ଆହତ ହୋଇଥିଲେ।’ରାଧେ ଶ୍ୟାମ’କୁ ଦର୍ଶକଙ୍କ ପ୍ରତିକ୍ରିୟା ସ୍ପଷ୍ଟ ହେବା ପରେ ପ୍ରଭାସଙ୍କ ଅଧିକାଂଶ ପ୍ରଶଂସକଙ୍କୁ ଲାଗିଥିଲା କି, ସେ ଦୂରେଇ ରହିବାକୁ ଚାହୁଁଛନ୍ତି। କିନ୍ତୁ, ପ୍ରଭାସଙ୍କ ଅସ୍ତ୍ରୋପଚାର ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’, ‘ସାଲାର’, ‘ପ୍ରୋଜେକ୍ଟ-କେ’, ‘ସ୍ପିରିଟ’ ଏବଂ ନିର୍ଦ୍ଦେଶକ ମାରୁଥୀଙ୍କ ସହ ଅନ୍ୟ ଏକ ଚଳଚ୍ଚିତ୍ରରେ ନଜର ଆସିବେ।

 

Show More

Related Articles

Back to top button