Breaking PLUSଦେଶମୁଖ୍ୟ ଖବର

ତାମିଲନାଡୁରେ ବାଣ କାରଖାନାରେ ଭୟାବହ ବିସ୍ଫୋରଣ, 9 ମୃତ, ଅନେକ ଆହତ

ଚେନ୍ନାଇ, 17 ଫେବୃଆରୀ – ରାଜ୍ୟର ବିରୁଧୁନଗରରେ ଶନିବାର ଏକ ବାଣ ଫ୍ୟାକ୍ଟ୍ରିରେ ଭୟାବହ ବିସ୍ଫୋରଣରେ 9ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସହରର ୱେମ୍ବକୋଟ୍ଟଇ ଅଂଚଳ ସ୍ଥିତ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ପରେ ବିପର୍ଯ୍ୟୟ ହୋଇଛି । ଅଘଟଣରେ ଫ୍ୟାକ୍ଟ୍ରିରେ କାମ କରୁଥିବା 9ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ଶିବକାଶୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ଲୋକଙ୍କ ମୁତାବକ, ବିସ୍ଫୋରଣ ଏତେ ଭୟାବହ ଥିଲା ଯେ, ଫ୍ୟାକ୍ଟ୍ରି ପରିସର ଏବଂ ଆଖପାଖର କୋଠା କ୍ଷତିଗ୍ରସ୍ତ ହୋଇଛି ।

Show More

Related Articles

Back to top button