Breaking PLUSଦେଶମୁଖ୍ୟ ଖବର

ଅବକାରୀ ଘୋଟାଲା- ମାର୍ଚ୍ଚ 16ରେ କୋର୍ଟରେ ହାଜର ହେବାକୁ ଅରବିନ୍ଦ କେଜରିୱାଲଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, 17 ଫେବୃଆରୀ – ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ବଡ ଆଶ୍ୱସ୍ତି । ମାର୍ଚ୍ଚ 16ରେ କୋର୍ଟରେ ହାଜର ହେବାକୁ କେଜରିୱାଲଙ୍କୁ ରାଉଜ ଏଭିନ୍ୟୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କେଜରିୱାଲ ଆଜି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଭିସି ଜରିଆରେ ହାଜର ହୋଇଥିଲେ । ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ ଓ ଆସ୍ଥା ପ୍ରସ୍ତାବ କଥା କହି ନିଜେ ହାଜର ହୋଇପାରିନଥିବା କହିଥିଲେ କେଜରିୱାଲ । ତେବେ ପରବର୍ତ୍ତୀ ତାରିଖରେ ସେ ନିଜେ ହାଜର ହେବା ନେଇ କୋର୍ଟଙ୍କୁ ଭରସା ଦେଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 16ରେ କରିବାକୁ ଆଡିସନାଲ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ ଦିବ୍ୟା ମଲହୋତ୍ରା ନିର୍ଦ୍ଦେଶ ଦେଇଥିଲେ ।

Show More

Related Articles

Back to top button