Breaking PLUSଦେଶମୁଖ୍ୟ ଖବର

ମନୀଷ ସିସୋଦିଆ ଓ ସଂଜୟ ସିଂହଙ୍କ ନ୍ୟାୟିକ ହେପାଜତ ଫେବୃୟାରୀ 28ଯାଏ ବୃଦ୍ଧି

ନୂଆଦିଲ୍ଲୀ, 17 ଫେବୃଆରୀ – ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଦିଲ୍ଲୀର ମଦ ଦୁର୍ନୀତିରେ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ରାଜ୍ୟସଭା ସଦସ୍ୟ ସଂଜୟ ସିଂହଙ୍କ ନ୍ୟାୟିକ ହେପାଜତକୁ ଫେବୃୟାରୀ 28ଯାଏ ବୃଦ୍ଧି କରିଛନ୍ତି । ସ୍ପେଶାଲ ଜଜ ଏମକେ ନାଗପାଲ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଉଭୟଙ୍କ ନ୍ୟାୟିକ ହେପାଜତ ଶେଷ ହେଉଥିଲା । ଏହାପରେ ଉଭୟଙ୍କୁ କୋର୍ଟରେ ହାଜର କରଯାଇଥିଲା । କୋର୍ଟ ଆଜି ଅଭିଯୁକ୍ତଙ୍କ ଓକିଲଙ୍କ ଉପରେ କ୍ରୋଧ ପ୍ରକାଶ କରି କହିଥିଲେ ଯେ, ଦସ୍ତାବିଜ ମିଳାଇବା ପାଇଁ ବର୍ଷ ସମୟ ଦିଆଗଲା, ମାତ୍ର ଏହା ଏପର୍ଯ୍ୟନ୍ତ ହୋଇପାରିଲାନାହିଁ ।

Show More

Related Articles

Back to top button