Breaking PLUSଦେଶମୁଖ୍ୟ ଖବର

ବୋମା ବିସ୍ଫୋରଣ ଧମକ ପରେ ମୁମ୍ବାଇ ଓ ପୁଣେରେ ବଢିଲା ସୁରକ୍ଷା

ମୁମ୍ବାଇ, 17 ଫେବୃଆରୀ – ମୁମ୍ବାଇ ଓ ପୁଣେର ସିରିଜ୍ ବ୍ଲାଷ୍ଟ ଧମକ ପରେ ସତର୍କ ହୋଇଛି ମହାରାଷ୍ଟର ପୋଲିସ । ଏହାପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ ଧମକ ଦେଇଥିବା ଅଜ୍ଞାତ ବ୍ୟକ୍ତି ବିରୁଦ୍ଧରେ ମାମଲା ରୁଜୁ କରିଛି ।
ମହାରାଷ୍ଟ୍ର ପୋଲିସ ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ପୁଣେର ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ କରି ବହୁତ ଜଲଦି ମୁମ୍ବାଇର ବାନ୍ଦ୍ରା, ଗେଟୱେ ଅଫ୍ ଇଣ୍ଡିଆ ଓ ପୁଣେର ଶିବାଜୀନଗର ଏବଂ ପିଂପର ଚିଂଚୱଡ ଅଞ୍ଚଳରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ଦେଇଥିଲା । ଏହାପରେ ପୋଲିସ ଆପଣ କିଏ ଏବଂ କେଉଁଠୁ କହୁଛନ୍ତି ପଚାରିବା ପରେ ବ୍ୟକ୍ତିଜଣକ ଫୋନ କାଟି ଦେଇଥିଲା । ପୋଲିସ ଏହାକୁ ଗୁରୁତର ସହ ନେଇ ମୁମ୍ବାଇ ଓ ପୁଣେର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସୁରକ୍ଷା ବୃଦ୍ଧି କରିଛି ।

Show More

Related Articles

Back to top button