Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଭାରତ ବିପକ୍ଷ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳରୁ ରିଚାର୍ଡସନ ବାଦ ; ଟାଏ ସାମିଲ

ଆଗାମୀ ଭାରତ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇ ସାରିଛି ଅଷ୍ଟ୍ରେଲିଆ ଦଳ । ଉଭୟ ଏକଦିବସୀୟ ଏବଂ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇଥିବା ଦ୍ରୁତ ବୋଲର କେନ ରିଚାର୍ଡସନ ନିଜର ବ୍ୟକ୍ତିଗତ କାରଣରୁ ଏହି ସିରିଜରୁ ଓହରି ଯାଇଛନ୍ତି । ତେବେ ତାଙ୍କ ସ୍ଥାନରେ ଆଣ୍ଡ୍ର‌୍ୟୁ ଟାଏଙ୍କୁ ଦଳରେ ସାମିଲ କରାଯାଇଛି

ଆଗାମୀ ଭାରତ ବିପକ୍ଷ ସିରିଜ ପାଇଁ ଘୋଷଣା ହୋଇ ସାରିଛି ଅଷ୍ଟ୍ରେଲିଆ ଦଳ । ଉଭୟ ଏକଦିବସୀୟ ଏବଂ ଟି-ଟ୍ୱେଣ୍ଟି ଦଳରେ ସ୍ଥାନ ପାଇଥିବା ଦ୍ରୁତ ବୋଲର କେନ ରିଚାର୍ଡସନ ନିଜର ବ୍ୟକ୍ତିଗତ କାରଣରୁ ଏହି ସିରିଜରୁ ଓହରି ଯାଇଛନ୍ତି । ତେବେ ତାଙ୍କ ସ୍ଥାନରେ ଆଣ୍ଡ୍ର‌୍ୟୁ ଟାଏଙ୍କୁ ଦଳରେ ସାମିଲ କରାଯାଇଛି । ପୂର୍ବରୁ ଆଣ୍ଡ୍ର‌୍ୟୁ ଟାଏ ଅଷ୍ଟ୍ରେଲିଆ ପକ୍ଷରୁ ସାତଟି ଏକଦିବସୀୟ ମ୍ୟାଚ ଏବଂ ୨୬ ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିସାରିଛନ୍ତି । ପୂର୍ବରୁ ମଧ୍ୟ କେନ ରିଚାର୍ଡସନ ଆଇପିଏଲରୁ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ଆରସିବି ଦଳରେ ଅଷ୍ଟ୍ରେଲିଆ ଦଳରେ ଆଡାମ ଜାମ୍ପାଙ୍କୁ ଦଳରେ ସାମିଲ କରାଯାଇଥିଲା । ଭାରତ ବିପକ୍ଷ ଏହି ସିରିଜରେ ଆରୋନ ଫିଞ୍ଚ୍ ଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ପ୍ୟାଟ କମିନ୍ସଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି ।

Show More

Related Articles

Back to top button