Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ । ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ବାସଭବନରେ ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 6 ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ ।

ପୂର୍ବରୁ ଚନ୍ଦ୍ରମଣି ସାହୁଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଚନ୍ଦ୍ରମଣି ସାହୁଙ୍କ ତାଳଚେର ସ୍ଥିତ ଅଫିସ , ଢେଙ୍କାନାଳ ସହରର ଟାଉନପ୍ଲାନିଙ୍ଗ ସ୍ଥିତ ବାସଭବନ, ଷ୍ଟେସନ ବଜାର ସ୍ଥିତ ଘର, ମହାବିର ବଜାରରେ ଥିବା ଶ୍ୱଶୁର ଘର , ପିଙ୍ଗୁଆ ଖଣ୍ଡବନ୍ଧ ନିକଟରେ ଥିବା ପୈତୃକ ଘର ଏବଂ ଭୁବନେଶ୍ୱର ଟଙ୍କପାଣି ସ୍ଥିତ ଫ୍ଲାଟରେ ଏକା ସାଙ୍ଗେ ଚଢାଉ ଜାରି ରହିଛି । ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗର ଦୁଇଟି ଟିମ୍ ମିଳିତ ରେଡ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କର କେତେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି ତାହା ଜଣା ପଡିନାହିଁ । କିନ୍ତୁ ଅନେକ ଜରୁରୀ କାଗଜ ପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି  ।

Show More

Related Articles

Back to top button