ସ୍ୱାସ୍ଥ୍ୟ

ନୀତିଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଜିରାରେ ରହିଛି ଔଷଧୀୟ ଗୁଣ

ଆସନ୍ତୁ ଜାଣିବା କେଉଁ ରୋଗରୁ ଉପଶମ ମିଳେ

ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ପାଇଁ ମସଲା ମାନଙ୍କର ବ୍ୟବହାର କରା ଯାଇଥାଏ l ଯେଉଁ ମସଲା ମାନଙ୍କର ବ୍ୟବହାର କରଯାଏ ତାହା ପାୟାତଃ ରୋଷେଇ ଘରେ ସମସ୍ତଙ୍କର ରହିଥାଏ l ସେହି ମସଲମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଜିରା l ଜିରାରେ କେବଳ ସ୍ୱାଦ ରହି ନଥାଏ ,ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର l ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଜିରା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ କି ଲାଭ ମିଳିବ l ଜିରା ନିଅଯର ଔଷଧୀୟ ଗୁଣ ସହିତ ଆୟୁର୍ବେଦରେ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ନେଇଛି l ଜିରାର ବୈଜ୍ଞାନିକ ନାମ ହେଲା କ୍ୟୁମିନନ ସାୟମିନମ l ଜିରା ଦୁଇ ପ୍ରକାରର ଗୋଟିଏ ହେଉଛି କଳାଜିରା ଓ ଅନ୍ୟଟି ହେଉଛି ସାଧାରଣ ଜିରା ଯାହାକୁ ଆମେ ଧଳାଜିରା କହିଥାଉ l

* ଆନିମିଆ ପାଇଁ ଜୀରପାଣି ହିତକର -ଶରୀରରେ ଆଇରନର କମି ଓ ଅନ୍ୟ କାରଣରୁ ରକ୍ତ ହୀନତା ସମସ୍ୟା ଦେଖା ଦେଇଥାଏ l ଏହି କାରଣରୁ ଶରୀର ଦୁର୍ବଳ ଲାଗିବl ସହିତ ମୁଣ୍ଡ ବୁଲାଇଥାଏ ,ଏହି କାରଣରୁ ଶରୀରରେ ଅନେକ ଗୁଡିଏ ସମସ୍ୟା ଦେଖାଦିଏ l ଜିରାରେ ପ୍ରଚୁର ମାତ୍ରାରେ ଆଇରନ ରହିଛି ବୋଲି ଗବେଷକ ମାନେ କହିଛନ୍ତି l ତେଣୁ ରକ୍ତ ହୀନତା ସମସ୍ୟାରେ ପୀଡିତ ଥିବା ଲୋକମାନେ ଦିନକୁ ଦୁଇଥର ଜିରାଗୁଣ୍ଡ କିମ୍ବା ଗୋଟା ଜିରା ଖାଇବା ଆବଶ୍ୟକ l

* ପାଚନ ପାଇଁ ଜିରାର ବ୍ୟବହାର -ଠିକ ସମୟରେ ଖାଦ୍ୟ ନଖାଇବା ଦ୍ୱାରା କିମ୍ବା ଖାଇବା ପିଇବାରେ ଅଡ଼ୁସାଡ଼ୁ ଜିନିଷ ଖାଇବା ଦ୍ୱାରା ପାଚନ ସମସ୍ୟା ଦେଖା ଦେଇଥାଏ l ଏଥିପାଇଁ ଯଦି ନିଜ ଆହାରରେ ଜିରାର ବ୍ୟବହାର କରାଯାଏ ତେବେ ପାଚନପ୍ରକ୍ରିୟା ସୁବିଧା ହୋଇଥାଏ l NCBI ୱେବ ସାଇଡ଼ରେ ପ୍ରକାଶିତ ସୂଚନା ଅନୁସାରେ ପାଚନ ସମ୍ବଧୀୟ ବିକାର ,ଡାଇରିଆ ,ବାନ୍ତି ଓ ପେଟ ଫୁଲିବା ପ୍ରଭୃତି ସମସ୍ୟା ପାଇଁ ଜିରାର ବ୍ୟବହାର କରାଯାଇ ପାରିବ l ଜିରାରୁ ତେଲ ବାହାର କରି ସାରିବା ପରେ ଯେଉଁ ଖଦଡ ରହି ଯାଉଛି ତାହାକୁ ଆମେ ବ୍ୟବହାର କଲେ ଆମ ଶରୀର ସୁସ୍ଥ ରହିବ l

* ଓଜନ ନିୟନ୍ତ୍ରଣ କରେ ଜିରା -ଜିରାର ବ୍ୟବହାର ଓଜନକୁ ନିୟନ୍ତ୍ରଣ ରଖିବା ପାଇଁ ବ୍ୟବହାର କରାଯାଇ ପାରିବ l ଓଜନ କମ କରିବା ପାଇଁ ଜିରାପାଣି ଅତ୍ୟନ୍ତ ଲାଭଦାୟକ l ଏକ ବୈଜ୍ଞାନିକ ଅଧୟନ ଅନୁସାରେ ଏକ ପରୀକ୍ଷାରୁ ଜଣl ପଡିଛି ଯେ ତିନି ସପ୍ତାହ ପର୍ଯ୍ୟନ୍ତ ଯଦି ଖାଲିପେଟାରେ ଜିରାପାଣି ପିଆଯାଏ ତେବେ ଓଜନ କମିବାରେ ସାହାଯ୍ୟ କରିଥାଏ l ରାତିରେ କିଛି ଜିରାକୁ ପାଣିରେ ବତୁରାଈ ରଖି ଦିଅନ୍ତୁ ଓ ସକାଳୁ ସେଥିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଓଜନ କମି ଯାଇଥାଏ l

* ପେଟ ଯନ୍ତ୍ରଣାରୁ ଆରାମ ଦିଏ ଜିରା -ଜିରାରେ ରହିଥିବା ଔଷଧୀୟ ଗୁଣ ପେଟ ଯନ୍ତ୍ରଣା ଓ ଡାଇରିଆ ପ୍ରଭୃତି ସମସ୍ୟା କୁ ଦୂର କରିଥାଏ l ଏକ ଗବେଷଣାରୁ ଜଣାପଡିଛି ଯେ ଜିରାରେ ଏନାଲ ଜେସୀକ ରହିଛି ,ଯାହା ପେଟ ଯନ୍ତ୍ରଣାରୁ ଆରାମ ଦେଇଥାଏ l କିଛି ଜିରାକୁ ଭାଜି ତାକୁ ଲୁଣ ସହିତ ଚୋବାଇ ଖାଇ ଉଷୁମ ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା କମ ହୋଇଥାଏ l

* ମାସିକ ଧର୍ମ ପାଇଁ ଜିରା -ମାସିକ ଧର୍ମ ସମୟରେ ମହିଳା ମାନେ ପେଟ ଯନ୍ତ୍ରଣା ଓ ପେଟ ସିର ଟାଣିବାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି l ଏହି ପରିସ୍ଥିତିରେ ପୌଷ୍ଟିକ ଏହାର ଖାଇବା ସହିତ ଜିରା ସେବନ କରିବା ଲାଭଦାୟକ ହୋଇଥାଏ l ଏକ ଗବେଷଣାରୁ ଜଣାପଡିଛି ଯେ ମାସିକ ଧର୍ମ ସମୟରେ ହେଉଥିବା ଯନ୍ତ୍ରଣାରୁ ମହିଳା ମାନେ ରକ୍ଷା ପାଇବା ପାଇଁ ଜିରାଗୁଣ୍ଡ ସହିତ ସୈନ୍ଧବ ଲାବନ ଖାଇବା ଆବଶ୍ୟକ l

Show More

Related Articles

Back to top button