ଓଡ଼ିଶା

ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ମାହାତ୍ମ୍ୟ ବିଷୟରେ

ହିନ୍ଦୁ ଧର୍ମ ଅନୁସାରେ ଗୋଟିଏ ମାସକୁ ଦୁଇଟି ପକ୍ଷରେ ବିଭକ୍ତ କରାଯାଇଛି l ଗୋଟିଏ ହେଉଛି କୃଷ୍ଣ ପକ୍ଷ ଓ ଅନ୍ୟଟି ଶୁକ୍ଳ ପକ୍ଷ l ସେହିଭଳି ବର୍ଷକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଛି ,ଗୋଟିଏ ହେଲା ଉତ୍ତରାୟଣ ଓ ଆଉ ଗୋଟିଏ ହେଲା ଦକ୍ଷିଣାୟନ

ଯଦି ଦୁଇଟି ଜକକୁ ମିଶାଇ ଦିଆଯାଏ ତେବେ ଗୋଟିଏ ବର୍ଷ ପୁରଣ ହୋଇଥାଏ l ପୌରାଣିକ ମାନ୍ୟତା ଅନୁସାରେ ଏହିଦିନ ଭଗବାନ ବିଷ୍ଣୁ ଅସୁର ମାନଙ୍କର ବିନାଶ କରିଥିଲେ ଓ ଯୁଦ୍ଧର ସମାପ୍ତି କରିଥିଲେ ସେଥିପାଇଁ ମଧ୍ୟ ଏହି ଦିନକୁ ନକାରାତ୍ମକ ଶକ୍ତିର ବିନାଶର ଦିନ ବୋଲି ମଧ୍ୟ କୁହାଯାଏ l

ହିନ୍ଦୁ ଧର୍ମରେ ରହିଥିବା ପର୍ବ ମାନଙ୍କ ମଧ୍ୟରୁ ମକର ସଂକ୍ରାନ୍ତି ଗୋଟିଏ ମୁଖ୍ୟ ପର୍ବ l ଏହି ପର୍ବକୁ ସାରା ଭାରତ ବର୍ଷରେ ବିଭିନ୍ନ ନାମରେ ପାଳନ କରାଯାଏ l ମକର ସଂକ୍ରାନ୍ତି ଦିନ ଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ l ପ୍ରତେକ ବର୍ଷ ପୌଷ ମାସର ସଂକ୍ରାନ୍ତି ଦିନ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ l ଆମ ରାଶି ଚକ୍ର ଅନୁସାରେ ସୂର୍ଯ୍ୟଙ୍କ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ସ୍ଥାନ ପରିବର୍ତନ ସଂକ୍ରାନ୍ତି ଦିନ ହୋଇଥାଏ l ତେଣୁ ହିନ୍ଦୁ ଧର୍ମରେ ସଂକ୍ରାନ୍ତିର ଅନେକ ମହତ୍ୱ ରହିଛି l

ଏହି ଦିନ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରିଥାନ୍ତି l ମାନ୍ୟତା ରହିଛି ଯେ ସୂର୍ଯ୍ୟଙ୍କ ରାଶି ପରିବର୍ତନ ଯୋଗୁଁ ଆମ ଜୀବନ ଶୈଳୀ ଉପରେ ଅନେକ ପ୍ରଭାବ ପଡିଥାଏ l ଏହି ପର୍ବକୁ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ମଧ୍ୟ ପାଳନ କରାଯାଏ l ତେଲୁଗୁ ଲୋକମାନେ ଏହି ଦିନକୁ ନିଜର ନୂଆ ବର୍ଷ ଭାବରେ ପାଳନ କରିଥାନ୍ତି l ଉତ୍ତର ଭାରତରେ ମଧ୍ୟ ଏହି ପର୍ବକୁ ଗୁଡ଼ି ଉଡ଼ା ଉତ୍ସବ ଭାବରେ ଧୁମ୍ ଧାମ ରେ ପାଳନ କରିଥାନ୍ତି l ଅଧିକାଂଶ ରାଜ୍ୟରେ ଏହା କୃଷକ ମାନଙ୍କ ପାଇଁ ମଧ୍ୟ ମହତ୍ୱ ରଖି ଥାଏ l ଯେପରିକି ଏହି ଦିନ ଠାରୁ ଚାଷୀମାନେ ଫସଲ କାଟିବା ଆରମ୍ଭ କରିଥାନ୍ତି l

ଆମ ଓଡ଼ିଆ ଘରର ପରମ୍ପରା ଅନୁସାରେ ଏହିଦିନ ମକର ଚାଉଳ ଠାକୁରଙ୍କ ପାଖରେ ଭୋଗ ହୋଇଥାଏ l ଏହି ଦିନ ପ୍ରାୟ ସମସ୍ତେ ଶିଵାଲୟ ଯାଇ ଶିବଙ୍କୁ ଜଳାଭିଷେକ କରିଥାନ୍ତି l ଭାରତ ବର୍ଷ ଗୋଟିଏ ବିଭିନ୍ନ ପରମ୍ପରାର ଦେଶ ହୋଇଥିବାରୁ ଏହିଦିନ ସମସ୍ତ ସ୍ଥାନରେ ଅଲଗା ଅଲଗା ଜିନିଷ ଖିଆ ଯାଏ l ଯେପରିକି ବିହାର ଲୋକମାନେ ଦହିଚୁଡା ଖାଇଥାନ୍ତି ,ଗୁଜୁରାଟ ଲୋକମାନେ ରାଶି ଓ ଗୁଡ ଖାଆନ୍ତି ,ପଶ୍ଚିମ ଭାରତର କେତୋଟି ରାଜ୍ୟରେ ଖେଚୁଡ଼ି ପ୍ରସ୍ତୁତ କରି ଖିଆ ଯାଏ l ଚଳିତ ବର୍ଷ ଜାନୁଆରୀ ୧୪ ତାରିଖ ଦିନ ମକର ସଂକ୍ରାନ୍ତି ପାଳନ କରାଯିବ l

Show More

Related Articles

Back to top button