ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପ୍ରତିଦିନ ସକାଳୁ ଖାଲିପେଟରେ ପିଅନ୍ତୁ ପାଣି, ମିଳିବ ଏହି ୫ଟି ଫାଇଦା-

ଜାଣନ୍ତୁ କାହିଁକି ସକାଳୁ ପାଣି ପିଇବା ଆବଶ୍ୟକ?

ଅଧିକାଂଶ ଘରେ ସକାଳୁ ଉଠି ସମସ୍ତେ ସର୍ବ ପ୍ରଥମେ ଗୋଟିଏ ଗିଲାସ ପାଣି ପିଇଥାନ୍ତି ଓ ତାପରେ ଯାଇ ଅନ୍ୟ କାମ କରିଥାନ୍ତି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ପାଣି ପିଇବାର ଅନେକ ଲଭ ମଧ୍ୟ ଆମ ଶରୀରକୁ ମିଳିଥାଏ l ଖାଲି ପେଟରେ ପାଣି ପିଇବା ଦ୍ୱାରା ଶରୀରରୁ ଅଧିକାଂଶ ମଇଳା ସଫା ହୋଇଯାଇଥାଏ l ଏମିତିରେ ତ ଦେଖିବାକୁ ଗଲେ ସକାଳୁ ଉଠି ଗୋଟିଏ ବ୍ୟକ୍ତିକୁ ୫ ଗିଲାସ ପାଣି ପିଇବା ଆବଶ୍ୟକ କିନ୍ତୁ ଏହା ସମ୍ଭବ ହେବ ନାହିଁ l କାରଣ ସବୁ ବ୍ୟକ୍ତି ୫ ଗିଲାସ ପାଣି ପିଇ ପାରିବେ ନାହିଁ l

ଜାଣନ୍ତୁ କାହିଁକି ସକାଳୁ ପାଣି ପିଇବା ଆବଶ୍ୟକ-

* ସକାଳୁ ଉଠି ପାଣି ପିଇଲେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ ,ଜାହଗା ଦ୍ୱାରା ରକ୍ତ ମଧ୍ୟ ସଫା ହୋଇଯାଇଥାଏ l ରକ୍ତ ସଫା ହେବl ଦ୍ୱାରା ତ୍ୱଚାରେ ଚମକ ମଧ୍ୟ ଆସିଥାଏ l

* ସକାଳୁ ଉଠି ପାଣି ପିଇବା ଦ୍ୱାରା ଶରୀରରେ ନୂଆ କୋଷିକା ନିର୍ମାଣ ହୋଇଥାଏ ,ଏହା ବ୍ୟତୀତ ମାଂସପେଶୀ ମଧ୍ୟ ସୁଦୃଢ ହୋଇଥାଏ l

* ସକାଳୁ ଉଠି ପାଣି ପିଇଲେ ଆମ ଶରୀରରେ ଥିବା ମେଟାବୋଲିଯିମ ସକ୍ରିୟ ହୋଇଯାଇଥାଏ l ଯଦି ଆପଣ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଯେତେ ସକାଳୁ ଉଠି ଖାଲି ପେଟରେ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ l

* ଯେଉଁ ଲୋକମାନେ ସକାଳୁ ଉଠି ଖାଲି ପେଟରେ ପାଣି ପିଉଛନ୍ତି ସେମାନଙ୍କ ପାଖରେ କୋଷ୍ଠକାଠିନ୍ୟର ସମ୍ମୁଖୀନ ହେବାକୁ ପଡି ନଥାଏ l ସକାଳେ ପେଟ ସଫା ହୋଇଗଲା ପରେ ଲୋକ ମାନେ ଯାହାବି ଖାଆନ୍ତି ତାହା ତାଙ୍କ ଶରୀରକୁ ଲାଭ ଦେଇଥାଏ l କୋଷ୍ଠକାଠିନ୍ୟ କାରଣରୁ ହେଉଥିବା ଅନ୍ୟ ରୋଗ ମଧ୍ୟ ଦୁରେଇ ଯାଇଥାଏ l

* ସକାଳୁ ଉଠି ପାଣି ପିଇବା ଦ୍ୱାରା ଗଳା, ଆଖି ,ମାସିକ ଋତୁସ୍ରାବ ଓ କିଡ୍ନୀ ସମସ୍ୟା ଶରୀର ଠାରୁ ଦୁରେଇ ରହିଥାଏ l

Show More

Related Articles

Back to top button