ଜୀବନଚର୍ଯ୍ୟା

ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମହୁରାଳୀ ମାଛ ମହୁର

ମହୁରାଳୀ ମାଛ ମହୁର-

ଛୋଟ ମାଛ ଖାଇବା ଶରୀର ପକ୍ଷ ହିତକର l ତେଣୁ ଓଡ଼ିଆ ଘରେ ସାଧାରଣତଃ ଅଧିକାଂଶ ସମୟରେ ଚୁନା ମାଛ ଆଣି ଆମେ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରିଥାଉ l ଆଜିକାଲି ଯେଉଁ ସବୁ ରୋଗ ଦେଖା ଯାଉଛି ସେଥିପାଇଁ ଡାକ୍ତରମାନେ ମହୁରାଳୀ ମାଛ ଖାଇବାକୁ ପରାମର୍ଶ ଦେଉଛନ୍ତି l ତେଣୁ ଆସନ୍ତୁ ଜାଣିବା ମହିରାଳୀ ମାଛରେ ପ୍ରସ୍ତୁତ ଗୋଟିଏ ତରକାରୀ ,ତାର ନାଁ ହେଉଛି ମହୁରାଳୀ ମାଛ ମହୁର l

ଆବଶ୍ୟକ ସାମଗ୍ରୀ –

ମହୁରାଳୀ ମାଛ-୩୦୦ ଗ୍ରାମ ,ପିଆଜ-୨ଟି ,ରସୁଣ-୮ କୋଲ ,ତିନିଖଣ୍ଡ ଅଦା ,ଏକ ଚାମଚ ସୋରିଷ ,ତେଲ ଚାରି ଚାମଚ ,ପାଞ୍ଚଟି କଞ୍ଚାଲଙ୍କା ,ଧନିଆ ପତ୍ର ,ଜିରା ଏକ ଚାମଚ ,ଆବଶକ୍ୟ ଅନୁଯାଇ ଲୁଣ ଓ ହଳଦୀ l

ପ୍ରସୂତି ପ୍ରଣାଳୀ -ମାଛକୁ ଭଲଭାବରେ ଧୋଇ ସେଥିରେ ଲୁଣ ଓ ହଳଦୀ ଗୋଳାଇ ରାଖାନ୍ତୁ l ରସୁଣ,ଅଦା,ପିଆଜ,ସୋରିଷ ,ଜିରା ଓ ଦୁଇଟି କଞ୍ଚାଲଙ୍କା ଦେଇ ବେସର ପ୍ରସ୍ତୁତ କରନ୍ତୁ l ଏହାକୁ ମାଛରେ ଭଲକରି ଗୋଳାଇ ରଖନ୍ତୁ l ମାଛ ଓ ବେସର ମିଶ୍ରଣରେ କଞ୍ଚା ତେଲ ଦେଇ ମିଶାଇ ଗୋଳାନ୍ତୁ l ତାପରେ କଦଳୀ ପାତ୍ରରେ ସୋରିଷ ତେଲ ଲଗାଇ ତା ଉପରେ ମାଛ ମିଶ୍ରଣକୁ ରଖନ୍ତୁ l ଏହାପରେ ତାଉପରେ ଆଉ ଗୋଟିଏ କଦଳୀ ପତ୍ର ଭଲଭାବରେ ଘୋଡାଇ ଏହି କଦଳୀ ପତ୍ରକୁ ଗୋଟିଏ କଡେଇରେ କମ ଆଞ୍ଚରେ ବସାନ୍ତୁ l ୪୦ ମିନିଟ ପରେ ଗ୍ୟାସରେ ଆଞ୍ଚ ବନ୍ଦକରି ଦିଅନ୍ତୁ l ଥଣ୍ଡା ହୋଇଗଲା ପରେ ଏହାକୁ ଖୋଲି ଅବଶିଷ୍ଟ କଞ୍ଚା ଲଙ୍କାକୁ ଲମ୍ବା ଲମ୍ବା କରି କାଟି ଏଥିରେ ପକାନ୍ତୁ ଏବଂ ଗରାମଗରମ ପାରସୀ ଦିଅନ୍ତୁ l ପ୍ରସ୍ତୁର ହୋଇଗଲା ସ୍ୱାଦିଷ୍ଟ ମହୁରାଳୀ ମାଛ ମହୁର l

Show More

Related Articles

Back to top button