ସ୍ୱାସ୍ଥ୍ୟ

ଆସନ୍ତୁ ଜାଣିବା କଦଳୀ ଓ କ୍ଷୀର ଏକା ସହ ଖାଇବା ସ୍ୱାସ୍ଥ୍ୟ ପାଇଁ କେତେ ହିତକର

ଯଦି ଆପଣ କ୍ଷୀର କଦଳୀ ଏକା ସବାହିତ ଖାଉଛନ୍ତି ତେବେ ଶରୀର ପାଇଁ କିଛି ବ୍ୟାୟାମ ନିୟମିତ କରନ୍ତୁ

ଅନେକ ବର୍ଷରୁ ଆମେ ଶୁଣି ଆସୁଛୁ କ୍ଷୀର ଓ କଦଳୀ ସ୍ୱାସ୍ଥ୍ୟ ପାଇଁ ହିତକର l ଛୋଟ ପିଲାଙ୍କ ଠାରୁ ନେଇ ବଡ ମଣିଷଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ କ୍ଷୀର ଓ କଦଳୀକୁ ଏକ ସହିତ ଗ୍ରାଇଣ୍ଡିଙ୍ଗ କରି ସେକ ଭାବରେ ପିଇବାକୁ ଭଲ ପାଇଥାନ୍ତି l କିନ୍ତୁ କ୍ଷୀର ଓ କଦଳୀ କଣ ଏକା ସହିତ ଖାଇବା ଲାଭ ଦାୟକ ,ଏହାକୁ ନେଇ ବିଶେଷଜ୍ଞ ମାନେ ଅଁଳ ମତ ଦେଇଛନ୍ତି l ସର୍ବ ପ୍ରଥମେ ଆପଣଙ୍କୁ କହି ରଖୁଛୁ ଯଦି ଆପଣ କ୍ଷୀର କଦଳୀ ଏକା ସବାହିତ ଖାଉଛନ୍ତି ତେବେ ଶରୀର ପାଇଁ କିଛି ବ୍ୟାୟାମ ନିୟମିତ କରନ୍ତୁ l କାରଣ କ୍ଷୀରରେ ଫ୍ୟାଟ ରହିଥାଏ ,ଯଦି ଆପଣ କୌଣସି ବ୍ୟାୟାମ କରିବେ ନାହିଁ ତେବେ ଏହା ପଣଙ୍କର ଓଜନ ବଢାଇବା l

* କ୍ଷୀର ସହିତ କଦଳୀ ବଡି ବିଲ୍ଡର ଓ ସେହି ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନେ ଓଜନ ବଢାଇବାକୁ ଚାହୁଁଛନ୍ତି l ଶ୍ୱାସ ରୋଗୀ ମାନଙ୍କ ପାଇଁ ଏକ ସାଙ୍ଗରେ ଏହି ଦୁଇଟି ଜିନିଷ ଖାଇବା କ୍ଷତି କାରକ ହୋଇଥାଏ l ସେମାନେ ଚାହିଁବେ ଯଦି କ୍ଷୀରରେ ହଳଦୀ ଓ ମହୁ ପକାଇ ପିଇ ପାରିବେ l

* ବିଶେଷଜ୍ଞ ମାନଙ୍କ ମତରେ ଯେଉଁ ମାନେ କଦଳୀ ଓ କ୍ଷୀର ଦୁଇଟିରୁ ଫାଇଦା ପାଇବାକୁ ଚାହୁଁଛନ୍ତି ତାହାକୁ ଏକ ସହିତ ନଖାଇ କଦଳୀ ଖାଇବାର ୨୦ ମିନିଟ ପରେ କ୍ଷୀର ପିଇବା ଆବଶ୍ୟକ l ଆପଣ କ୍ଷୀର ସ୍ଥାନରେ ଦହି ମଧ୍ୟ ଖାଇ ପାରିବେ l

* ଯୁଆଦି ଆପଣ କେବଳ କ୍ଷୀର ଓ କଦଳୀ ସେବନ କରୁଛନ୍ତି ,ତେବେ ଧ୍ୟାନ ରଖନ୍ତୁ ଏହା ସହିତ କୌଣସି ପ୍ରକାରର ପ୍ରୋଟିନ ଓ ଭିଟାମିନ ଯୁକ୍ତ ଖାଦ୍ୟ ଖାଇବେ ନାହିଁ l ଯେପରି କି ଅଣ୍ଡା ,ସୋୟାବିନ ଓ ଚଣା ଇତ୍ୟାଦି l

* ଅନେକ ଲୋକ କ୍ଷୀର କାଦଳୀର ପ୍ରସ୍ତୁତ ହୋଇଥିବା ସେକକୁ ପିଇବାକୁ ପସନ୍ଦ କରନ୍ତି ,କିନ୍ତୁ ଆୟୁର୍ବେଦ ଅନୁସାରେ ଏହା ଭୁଲ ଅଟେ l ଆପଣ ଚାହିଁଲେ କଦଳୀ ଖାଇସାରି କ୍ଷୀର ପିଇବେ କିମ୍ବା କ୍ଷୀର ପିଇସାରି କଦଳୀ ଖାଇବେ l

* ଖାଲି ପେଟରେ କଦାପି କ୍ଷୀର କଦଳୀ ସେବନ କରିବା ଉଚିତ ନୁହେଁ l ସକାଳର ଜଳଖିଆ ଖାଇବାର ୨୦ ମିନିଟ ପରେ ଆପଣ ଏହି ଦୁଇଟି ଜିନିଷ ମଧ୍ୟରୁ ଗୋଟିଏ ଖାଇ ପାରିବେ l

* ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇବା ହିତକର l କାରଣ ବିଛଣାକୁ ଯିବା ପୂର୍ବରୁ କୀଏଡଲି ଖାଇଲେ ଭଲ ନିଦ ହୋଇଥାଏ l କିନ୍ତୁ ଯେଉଁ ମାନେ ଶ୍ୱାସ ରୋଗରେ ପୀଡିତ ସେମାନେ ସୂର୍ଯ୍ୟ ଅସ୍ତ ପୂର୍ବରୁ କଦଳୀ ଖାଇବା ହିତକର l

Show More

Related Articles

Back to top button