ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ନୁହେଁ , ତୁଳସୀ ପାଣି ପିଅନ୍ତୁ

ମିଳିବ ସମସ୍ତ ରୋଗରୁ ଆରାମ

ସକାଳର ଆରମ୍ଭ ଉଷୁମ ପାଣି ଓ ଲେମ୍ବୁ ରୁ କରିବା ଆବଶ୍ୟକ ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ ଏହି ସ୍ଥାନରେ ଯଦି ତୁଳସୀ ପତ୍ର ପାଣିର ବ୍ୟବହାର କରାଯାଏ ତେବେ ଅଧିକ ଫଳପ୍ରଦ ହୋଇଥାଏ । ହିନ୍ଦୁ ଧର୍ମରେ ତୁଳସୀ ର ଯେତିକି ଅସ୍ଥା ରହିଛି ତାର ସ୍ବାସ୍ଥ୍ୟ ହିତକର ଗୁଣ ମଧ୍ୟ ସେତିକି ରହିଛି ।

ତେଣୁ ତୁଳସୀ ପତ୍ର କୁ ପାଣିରେ ଫୁଟାଇ ପିଇବା ଦ୍ଵାରା ଶରୀରକୁ ଅନେକ ଲାଭ ମିଳିଥାଏ ।

* ବାଜେ ଖାଦ୍ୟ ଓ ପ୍ରଦୂଷଣ କାରଣରୁ ଆମର ରେଷ୍ପିରେଟରୀ ସିଷ୍ଟମ୍ ପ୍ରଭାବିତ ହୋଇଥାଏ । ତେଣୁ ଯେଉଁ ଲୋକମାନଙ୍କର ଶ୍ୱାସ ସମ୍ବନ୍ଧୀୟ ଅସୁବିଧା ରହିଥାଏ ସେମାନେ ସକାଳୁ ଉଠି ଗରମ୍ ପାଣି ରେ ତୁଳସୀ ପତ୍ର ପକାଇ ପିଇବା ଦ୍ଵାରା ଆରାମ ମିଳିଥାଏ ।

ଆପଣଙ୍କୁ କହି ରଖୁଛୁ ଯେ ତୁଳସୀ ପତ୍ରରେ ଇମ୍ୟୁନୋ ମଦୁ ଲେଟରି ଓ ଏକ୍ସୋ ଟ୍ରେଣ୍ଟ ପ୍ରପର୍ଟିଜ୍ ରହିଛି । ଯାହା ଆପଣଙ୍କ ରେଷ୍ପି ରେଟରୀ ସିଷ୍ଟମ କୁ ଠିକ୍ କରିଥାଏ ।

* ଆଜିକାଲି ଅବସାଦ ଗ୍ରସ୍ତ ରେ କେବଳ ବୟସ୍କ ନୁହନ୍ତି ଛୋଟ ପିଲା ମାନଙ୍କ ର ଜୀବନଶୈଳୀ ମଧ୍ୟ ପ୍ରଭାବିତ ହେଉଛି । ଆଗକୁ ଯାଇ ଏହି ଚିନ୍ତା ଓ ଅବସାଦ ଅନେକ ଗମ୍ଭୀର ରୋଗକୁ ଜନ୍ମ ଦେଇଥାଏ । ତେଣୁକରି ଆପଣ ଦିନକୁ ୨ଥର ତୁଳସୀ ପତ୍ରକୁ ଗରମ୍ ପାଣିରେ ପକାଇ ପିଇବା ଦ୍ଵାରା ଅବସାଦ ମୁକ୍ତ ହେବେ ।

କାରଣ ତୁଳସୀ ରେ ଥିବା କର୍ଟିଶୋଲ୍ ହର୍ମନ କୁ ସନ୍ତୁଳିତ ରଖିଥାଏ । ଏହା ବ୍ୟତୀତ ତୁଳସୀ ଆପଣଙ୍କୁ ଡିପ୍ରେଶନ ଓ ଅଙ୍ଗଜାଇଟି ରୁ ଦୂରେଇ ରଖେ ।

* ଓଜନ ବଢିବା ଆଜିକାଲି ଗୋଟିଏ ସାଧାରଣ ସମସ୍ୟା । ଯେଉଁ କାରଣରୁ କେବଳ ବ୍ୟକ୍ତି ରୋଗରେ ପୀଡିତ ହୋଇଥାଏ । ଉଷୁମ ପାଣି ଓ ତୁଳସୀ ପତ୍ର ର ଉପଚାର ଏଥିରୁ ଲାଭ ଦେବ ।

ଆପଣ ତୁଳସୀ ପତ୍ର ପାଣିରେ ଫୁଟାଇ ପିଇବା ଦ୍ଵାରା ଖାଦ୍ୟ ହଜମ ଠିକ୍ ଭାବରେ ହୋଇଥାଏ । ଯେଉଁ କାରଣରୁ ଆପଣଙ୍କ ଓଜନ ହ୍ରାସ ହେବାର ସମ୍ଭାବନା ରହିଥାଏ । ପାଚନ ଶକ୍ତି ଦୁର୍ବଳ ଥିଲେ ଖାଦ୍ୟ ହଜମ ନହୋଇ ଓଜନ ବୃଦ୍ଧି ହୋଇଥାଏ ।

Show More

Related Articles

Back to top button