Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ମେଂଟ ହେଲେ ବି ନିର୍ବାଚନରେ କୌଣସି ଫରକ ପଡ଼ିବନି : ପିସିସି ସଭାପତି

ଭୁବନେଶ୍ୱର, 7 ମାର୍ଚ୍ଚ – ବିଜେଡି ବିଜେପି ମେଂଟ ଚର୍ଚ୍ଚା ମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସ୍ୱାର୍ଥରେ ନୁହେଁ, ନିଜ ସ୍ୱାର୍ଥ ପାଇଁ ବିଜେପି ସହ ବିଜେଡି ମେଂଟ କରୁଛି । ସାମ୍ବାଦିକ ସମ୍ମିଳନୀ ରେ ସେ କହିଛନ୍ତି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ଓ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ଭୟରେ ଏହି ମେଂଟ ହେଉଥିବା ଓଡ଼ିଶାର ଲୋକେ ଜାଣି ସାରିଛନ୍ତି । ତେଣୁ ମେଂଟ ହେଲେ ବି ଆଗାମୀ ନିର୍ବାଚନରେ କୌଣସି ଫରକ ପଡ଼ିବନି ।

୨୫ବର୍ଷର ଶାସନକାଳ ମଧ୍ୟରେ ବିଜେଡି ଦୁର୍ନୀତିରେ ବୁଡ଼ି ରହିଛି । ଲୋକଙ୍କ ହିତ ପାଇଁ କୌଣସି କାର୍ଯ୍ୟ କରି ନାହିଁ । ଚିଟ୍ ଫଣ୍ଡ ଦୁର୍ନୀତିଠୁ ଆରମ୍ଭ କରି ଖଣି, ପାଣି ସବୁଥିରେ ଦୁର୍ନୀତି କରିଆସିଛି । ତେଣୁ ଇଡି ଓ ସିବିଆଇ ଭୟ ବିଜେଡିକୁ ଘାରିଛି । ସେଥିପାଇଁ ବିଜେପି ପାଖରେ ବିଜେଡି ନିଜକୁ ସମର୍ପିତ କରିଛି । ଜଣେ ଦୋଷୀ ଯେପରି ଆତ୍ମସମର୍ପଣ କରେ ଠିକ୍ ସେହିଭଳି ଆଜି ମୋଦୀଙ୍କ ପାଖରେ ଆତ୍ମସମର୍ପଣ କରିଛି ବିଜେଡି । ନିଜ ସ୍ୱାର୍ଥ ପାଇଁ ଏଠି ରାଜନୀତି ଚାଲିଛି । ଆଗାମୀ ଦିନରେ ଲୋକଙ୍କ ଆଶୀର୍ବାଦରୁ କଂଗ୍ରେସର ୯ରୁ ୯୦ ମିସନ ସଫଳ ହେବ । ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ । ସେପଟେ ବହୁ ବିଜେପି ଓ ବିଜେଡି ନେତା କଂଗ୍ରେସ ସହିତ ସଂପର୍କରେ ଥିବା ସେ କହିଛନ୍ତି ।

Show More

Related Articles

Back to top button