Breaking PLUSଓଡ଼ିଶାମୁଖ୍ୟ ଖବର

ରାତି ୧୦ରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର, 7 ମାର୍ଚ୍ଚ – ଆସନ୍ତାକାଲି ମହାଶିବରାତ୍ରି । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଜାଗର ଦିନ ରାତି ୧୦ରେ ମହାଦୀପ ଉଠିବ । ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୌଣସି ବିଶୃଙ୍ଖଳା ପରିସ୍ଥତି ନ ଘଟିବ ସେନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସମ୍ପର୍କରେ ସୂଚନା ଦେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଭିଡ଼ ଉପରେ ନଜର ରଖାଯିବ । ୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ପୋଲିସ । ୫ ଅତିରିକ୍ତ ଡିସିପି, ୧୪ ଏସିପି, ୨୧ଆଇଆଇସି, ୮୪ ଏସଆଇ, ୯୩ ଏଏସଆଇ ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ । ଓଡ୍ରାଫ,ଅଗ୍ନିଶମ ଅଧିକାରୀ ମଧ୍ୟ ସେଠାରେ ରହିବେ । ସବୁଠି ସିସିଟିଭି ଲାଗିବ ଏବଂ ସାଧା ପୋଷାକରେ ପୋଲିସ ମୁତୟନ ରହିବେ ବୋଲି ଡିସିପି କହିଛନ୍ତି ।

ଜାଗରରେ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତି ନିର୍ଘଂଟ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ଭୋର ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ଅନୁଷ୍ଠିତ ହେବ । ଭୋର ୩ଟା ୩୦ରୁ ଦିନ ୧୧ଟା ଯାଏଁସାହାଣମେଲା ଦର୍ଶନ । ଦିନ ୧୨ଟାରୁ ୧୨ଟା ୪୫ ଯାଏଁ ମହାସ୍ନାନ ଓ ବେଶ ଅନୁଷ୍ଠିତ ହେବ ।

ଅପରାହ୍ଣ ୧୨ଟା ୪୫ରୁ ୨ଟା ୩୦ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉଙ୍କ ସକାଳ ଧୂପ ହେବ । ଦିନ ୨ଟା ୪୫ରୁ ୩ଟା ୪୫ ଭୋଗ ମଣ୍ଡପ, ସଂଧ୍ୟା ୭ଟା ୧୦ରୁ ୭ଟା ୩୦ ମଧ୍ୟରେସଂଧ୍ୟା ଆଳତୀ, ୭ଟା ୩୦ରୁ ୮ଟା ୧୦ ଶ୍ରୀଜିଉଙ୍କ ମାଜଣା, ରାତି ୮ଟା ୧୦ରୁ ୮ଟା ୫୫ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା, ୮ଟା ୫୫ରୁ ରାତି ୧୦ଟା ଶ୍ରୀଜିଉଙ୍କ ସଂଧ୍ୟାଧୂପ ଓ ତୀର୍ଥଜଳ ଅନୟନ ଓ ରାତି ୧୦ଟାରେ ମହାଦୀପ ଦର୍ଶନ ପାଇଁ ନୀତି ନିର୍ଘଂଟ ହେବ ।

Show More

Related Articles

Back to top button