Breaking PLUSଓଡ଼ିଶାମୁଖ୍ୟ ଖବର

କୋଟିଆରେ ନିର୍ବାଚନ ପ୍ରସ୍ତୁତି

ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆରେ ପଞ୍ଚାୟତ ନିର୍ବାଚନ କରିବା ପାଇଁ ଆରମ୍ଭ ହୋଇଛି ନିର୍ବାଚନ ପ୍ରସ୍ତୁତି । ଆଜି ଏନେଇ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ । କୋଟିଆରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ଏବଂ ଓଡ଼ିଶା ପକ୍ଷରୁ ୩ ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ମଧ୍ୟ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଦୀର୍ଘ ଦିନରୁ କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି ।  ଏହି ମାମଲା ସୁପ୍ରିମକୋର୍ଟ ରେ ପହଞ୍ଚିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରିନି । ତେବେ କୋଟିଆରେ ଜୋରଜବରଦସ୍ତ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ବାଚନ କରାଯାଇଥିବା ବେଳେ ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି ।

 

 

Show More

Related Articles

Back to top button