ଓଡ଼ିଶାଦେଶବଲିଉଡବ୍ୟକ୍ତିତ୍ୱମନୋରଞ୍ଜନମୁଖ୍ୟ ଖବରରାଜନୀତି

ମୁହଁ ଖୋଲିଲେ ସୋନୁ

ବେଆଇନ ଅର୍ଥ ପ୍ରଦାନ ଅଭିଯୋଗକୁ ଅସ୍ୱୀକାର

ଅଭିନେତା ସୋନୁ ସୁଦ୍ ଙ୍କ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉର ଦିନକ ପରେ  ମୁହଁ ଖୋଲିଛନ୍ତି ସୋନୁ । ସେହିପରି ବେଆଇନ ଅର୍ଥ ପ୍ରଦାନ ଅଭିଯୋଗକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି। ଆଇନକୁ ସମ୍ମାନ ଦେଉଥିବା ସେ ଜଣେ ନାଗରିକ ବୋଲି ସୋନୁ କହିଛନ୍ତି ।  ତାଙ୍କ କହିବା ଅନୁଯାୟୀ, ତାଙ୍କୁ ଦୁଇ ଦଳରୁ ରାଜ୍ୟସଭା ଆସନ ପାଇଁ ଅଫର ମିଳିଥିଲା । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । କାରଣ ସେ ରାଜନୀତିରେ ଯୋଗଦେବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନୁହଁନ୍ତି । ତେବେ କେଉଁ ଦୁଇଟି ଦଳରୁ ଅଫର ମିଳିଥିଲା ସେ ତାହା ସ୍ପଷ୍ଟ କରିନାହାନ୍ତି ।

ଆୟକର ବିଭାଗକୁ ସବିଶେଷ ତଥ୍ୟ ଦେଇଛି ବୋଲି ସେ କହିଛନ୍ତି । ଆୟକର ବିଭାଗର ତଦନ୍ତକୁ ମୁଁ ପୂର୍ଣ୍ଣମାତ୍ରାରେ ସହଯୋଗ କରିଛି ।  ସେ କୌଣସି ବେନିୟମ କାମ କରିନାହାନ୍ତି ବୋଲି ସୋନୁ କହିଛନ୍ତି । ୪୮ ବର୍ଷୀୟ ଏହି ଅଭିନେତା କରୋନା ସଙ୍କଟ ବେଳେ ସାଧାରଣ ଲୋକଙ୍କ ତ୍ରାଣକର୍ତ୍ତା ସାଜି ବେଶ୍ ପ୍ରଶଂସା ସାଉଁଟିଥିଲେ । ଆଉ ଏବେ ତାଙ୍କ ନାମରେ ୨୦କୋଟିରୁ ଅଧିକ ଟଙ୍କାର ଟିକସ ଫାଙ୍କି ନେଇ ଅଭିଯୋଗ ହୋଇଛି । ଆୟକର ବିଭାଗ କହିଛି ଯେ,ଗତ ବର୍ଷ ଜୁଲାଇରେ ସୋନୁଙ୍କ ସେବା ସଂସ୍ଥା ୧୮ କୋଟିରୁ ଅଧିକ ଦାନ ସଂଗ୍ରହ କରିଥିଲା ​​। କିନ୍ତୁ ରିଲିଫ କାର୍ଯ୍ୟରେ କେବଳ ୧.୯ କୋଟି ଟଙ୍କା ଖର୍ଚ୍ଚ କରିଛି ।

ସୋନୁ କହିଛନ୍ତି ଯେ, ଆମେ ଯାହା ସଂଗ୍ରହ କରିଛୁ ସବୁ ଦାନ ଆକାରରେ ଆସି ନାହିଁ । ସେଥିରେ ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମୋର ପାରିଶ୍ରମିକ ରହିଛି । ୧୮ କୋଟି ଟଙ୍କା ଶେଷ କରିବାକୁ ୧୮ ଘଣ୍ଟା ଲାଗିବ ନାହିଁ । କିନ୍ତୁ ମୁଁ ଚାହେଁ ସେହି ଅର୍ଥ ଜଣେ ପ୍ରକୃତ ଅଭାବୀ ଓ ଯୋଗ୍ୟ ବ୍ୟକ୍ତିପାଖରେ ପହଞ୍ଚି ଉପକୃତ ହୁଅନ୍ତୁ । ବେଆଇନ ବିଦେଶୀ ପାଣ୍ଠି ଅଭିଯୋଗ ନେଇ ସେ କହିଛନ୍ତି ସେମାନେ ମୋ ଆକାଉଣ୍ଟରେ ଗୋଟିଏ ଡଲାର ମଧ୍ୟ ପାଇବେ ନାହିଁ । ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ନିକଟକୁ ଯାଉଥିଲା ବୋଲି କହିଛନ୍ତି ସୋନୁ ।

ସେ କହିଛନ୍ତି  ସ୍କଲ ଶିକ୍ଷା ପାଇଁ ମେଣ୍ଟର ହିସାବରେ ମୋତେ ଆପ୍‌ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡାର କରାଯିବା ପରେ ଏ ପ୍ରକାର ଚଢ଼ାଉ କରାଯାଇଛି  ।  ମୁଁ ଆପ୍ ର ରାଜନୈତିକ ଅଂଶୀଦାର ନୁହେଁ।   ମୁଁ ଅନେକ ରାଜ୍ୟରେ କାମ କରିଛି ଓ ଆଗକୁ ମଧ୍ୟ କରିବି । ଏପରିକି ଯେଉଁଠି ବିଜେପି ଓ କଂଗ୍ରେସ ଶାସିତ ସରକାର ରହିଛି, ମୁଁ ସେଠାରେ କାମ କରିଛି ବୋଲି ସେ କହିଛନ୍ତି ।

Show More

Related Articles

Back to top button