Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ମିଜୋରାମରେ ନିର୍ବାଚନ ଆୟୋଗର ସ୍ୱତନ୍ତ୍ର ଟିମ, ପ୍ରସ୍ତୁତି ସମୀକ୍ଷା

ଆଇଜଲ: ମାଦକ ଦ୍ରବ୍ୟର ତସ୍କରୀ ରୋକିବା ନିମନ୍ତେ ଅନ୍ତର୍ଜାତୀୟ ସୀମାନ୍ତରେ ଅଧିକ ଯାଞ୍ଚ କେନ୍ଦ୍ର ସ୍ଥାପନ କରିବାକୁ ମିଜୋରାମ ସରକାରଙ୍କୁ କହିଛନ୍ତି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ।
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗର ଏକ ଟିମ ମିଜୋରାମରେ ଆସନ୍ତା ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ତେବେ ମାଦକ ଦ୍ରବ୍ୟ ଓ ମଦ ତସ୍କରୀ ରୋକିବା ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଅନ୍ତର୍ଜାତୀୟ ସୀମାନ୍ତରେ ଅତିରିକ୍ତ ଯାଞ୍ଚ କେନ୍ଦ୍ର ସ୍ଥାପନା କରିବାକୁ ପରାମର୍ଶ ଦେଇଛି ନିର୍ବାଚନ କମିଶନ ।

ମିଜୋରାମରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋୟଲଙ୍କ ନେତୃତ୍ୱରେ ନିର୍ବାଚନ କମିଶନର ଏକ ଟିମ୍ ଅଗଷ୍ଟ 29 ତାରିଖରେ ଦୁଇ ଦିନିକିଆ ମିଜୋରାମ ଗସ୍ତରେ ଯାଇଛନ୍ତି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଡିସେମ୍ବର 17 ତାରିଖରେ ମିଜୋରାମରେ ବିଧାନସଭାର କାର୍ଯ୍ୟକାଳ ସରୁଛି ।..

Show More

Related Articles

Back to top button