Breaking PLUSଓଡ଼ିଶାମୁଖ୍ୟ ଖବର

ଦେବାଶିଷ ସାହୁଙ୍କୁ ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର ବୁଧବାର ପ୍ରଦାନ କରାଯାଇଛି। ଟେନିସ ଖେଳାଳି ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ୫ ଲକ୍ଷ ଟଙ୍କା, ଟ୍ରଫି ଏବଂ ମାନପତ୍ର ପ୍ରଦାନ କରାଯାଇଛି। ଅନ୍ୟ ୨ କ୍ରୀଡା ପ୍ରତିଭାଙ୍କୁ ମଧ୍ୟ ପ୍ରୋତ୍ସାହନମୂଳକ ପୁରସ୍କାର ପ୍ରଦାନ କରାଯାଇଛି। ଆଥଲେଟ୍‌‌ ବାପି ହାଁସଦାଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଭାରୋତ୍ତୋଳନକାରୀ ଜ୍ୟୋସ୍ନା ଶବର ମାନପତ୍ର ଓ ୫୦ ହଜାର ଟଙ୍କା ପାଇଛନ୍ତି। ସମାରୋହରେ ମୁଖ୍ୟ ଅତିଥି ପ୍ରଖ୍ୟାତ କ୍ରିକେଟର ମଦନ ଲାଲ୍‌‌ ଯୋଗ ଦେଇଥିଲେ। ‘ଇମ୍ପାକ୍ଟ’ ପକ୍ଷରୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଉଛି।

Show More

Related Articles

Back to top button