Breaking PLUSମୁଖ୍ୟ ଖବର

ମାର୍ଚ୍ଚ 4ରେ ପଚରାଉଚରା ପାଇଁ କେଜରିୱାଲଙ୍କୁ ଇଡିର ଅଷ୍ଟମ ନୋଟିସ

ନୂଆଦିଲ୍ଲୀ, 27 ଫେବୃଆରୀ – ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଓ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କୁ ଅଷ୍ଟମ ଥର ପାଇଁ ସମନ ପଠାଇଛି । କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି କେଜରିୱାଲଙ୍କୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ 4ରେ ପଚରାଉଚରା ପାଇଁ ଡାକିଛି ।
ଏହାପୂର୍ବରୁ ଇଡି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ 7ମ ସମନ ପଠାଇ ଫେବୃୟାରୀ 27ରେ ହାଜର ହେବାକୁ କହିଥିଲା, କିନ୍ତୁ କେଜରିୱାଲ ହାଜର ହୋଇନଥିଲେ । ଆମ୍ ଆଦମୀ ପାର୍ଟି ଇଡିର ସପ୍ତମ ସମନରେ କହିଥିଲା, ମାମଲା ଏବେ କୋର୍ଟରେ ପଡିରହିଛି, ଯାହାର ଶୁଣାଣି ମାର୍ଚ୍ଚ 16ରେ ହେବ । ଏଭଳି ପରିସ୍ଥିତିରେ ଇଡି ସମନ ପଠାଇବା ବଦଳରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁ ।

Show More

Related Articles

Back to top button