Breaking PLUSଦେଶମୁଖ୍ୟ ଖବର

ସିରିଜ ବୋମା ବିସ୍ଫୋରଣ ମାମଲାରେ ଆଜମେରର ଟାଡା କୋର୍ଟରେ ଶୁଣାଣି ଶେଷ

ଫେବୃୟାରୀ 29ରେ ରାୟ

ଆଜମେର, 27 ଫେବୃଆରୀ- ଲକ୍ଷ୍ନୌ, କାନପୁର, ହାଇଦ୍ରାବାଦ, ସୁରଟ ଓ ମୁମ୍ବାଇର ଟ୍ରେନରେ 1993 ମସିହା ଡିସେମ୍ବର 6ରେ ସିରିଜ ବୋମା ବିସ୍ଫୋରଣକୁ ନେଇ ଆଜମେରର ଟାଡା କୋର୍ଟରେ ଶୁଣାଣି ଶେଷ ହୋଇଛି । ଏହି ମାମଲାର ରାୟ ଫେବୃୟାରୀ 29ରେ ପ୍ରକାଶ ପାଇବ ।
ଅଯୋଧ୍ୟାରେ 1992 ମସିହାରେ ବାବରି ମସଜିଦ ଭାଙ୍ଗିବା ବର୍ଷ ସିରିଜ୍ ବୋମା ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ଉତ୍ତର ଭାରତର ଆଜମେର ଟାଡା କୋର୍ଟରେ ଶୁଣାଣି ହୋଇଥିଲା । ଅଭିଯୁକ୍ତ ଆତଙ୍କବାଦୀ ଅବଦୁଲ କରିମ ଓରଫ୍ ଟୁଂଡା, ଇରଫାନ ଅହମ୍ମଦ, ହମ୍ମିଦୁଦ୍ଦିନ ଉପରେ ଲାଗିଥିବା ଅଭିଯୋଗ ଉପରେ ନ୍ୟାୟାଳୟରେ ଶୁଣାଣି ଶେଷ ହୋଇଛି । ଟାଡା କୋର୍ଟରେ ଶେଷ ନିଷ୍ପତ୍ତି ଶୁଣାଇବା ପାଇଁ ଫେବୃୟାରୀ 29ତାରିଖ ଧାର୍ଯ୍ୟ କରାଯାଇଛି । ଅଯୋଧ୍ୟାରେ ବାବ୍ରୀ ବିଧ୍ୱଂସ ବର୍ଷ ସାରା ଦେଶରେ ସିରିଜ ବୋମା ବିସ୍ଫୋରଣରେ ତିନ ଅଭିଯୁକ୍ତ ଆତଙ୍କବାଦୀ ଅବଦୁଲ କରିମ ଓରଫ ଟୁଂଡା, ଇରଫାନ, ହମିମୁଦ୍ଦିନ ଜେଲରେ ବନ୍ଦ ଅଛନ୍ତି ।

Show More

Related Articles

Back to top button