ଓଡ଼ିଶାଦେଶସ୍ୱତନ୍ତ୍ର

ଖୁବ୍‌ ଶୀଘ୍ର କମିପାରେ ଖାଇବା ତେଲ ଦର

ମହଙ୍ଗାମାଡ ମଧ୍ୟରେ ଖାଉଟିଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତିକର ଖବର । ଆଗାମୀ ଦିନରେ ଖାଇବା ତେଲର ଖୁଚୁରା ଦର ହ୍ରାସ ପାଇପାରେ । ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟର ବୈଠକ ପରେ ଖାଦ୍ୟ ତେଲ ପ୍ରୋସେସର ଓ ନିର୍ମାତା ତେଲ ଦର ହ୍ରାସ କରିବା ନେଇ ସହମତି ପ୍ରକାଶ କରିଛନ୍ତି । ବିଦେଶୀ ମାର୍କେଟରେ ଖାଇବା ତେଲର ଦର ହ୍ରାସ ପାଇଲା ପରେ ଘରୋଇ ଦରରେ ମଧ୍ୟ ହ୍ରାସ କରାଯାଇପାରେ ।

ସୂଚନାନୁଯାୟୀ, ବିଶ୍ବ ବଜାରରେ ତୈଳ ଦର ହ୍ରାସ ପାଇବା ପରେ ଘରୋଇ ବଜାରରେ ଖାଇବା ତେଲର ଦାମ୍ କମ୍‌ କରିବା ପାଇଁ ସହମତି ପ୍ରଦାନ କରିଛନ୍ତି ତୈଳ ଉତ୍ପାଦନକାରୀ କମ୍ପାନୀ। ଏଥିଯୋଗୁ ଆଗାମୀ ଦିନରେ ବଜାରରେ ଖାଇବା ତେଲ ଦର ୧୦-୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି। ଗତ ମାସରେ ମଧ୍ୟ ତୈଳ ଦର ହ୍ରାସ କରିଥିଲେ କମ୍ପାନୀ। ଭାରତ ଖାଇବା ତେଲର ପ୍ରାୟ ଦୁଇ ତୃତୀୟାଂଶ ତେଲର ଆମଦାନୀ କରିଥାଏ। ତେବେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଇଣ୍ଡୋନେସିଆ ଦ୍ୱାରା ପାମୋଲିନ୍‌ତେଲ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯିବା ପରେ ଖାଇବା ତେଲ ଦର ବୃଦ୍ଧି ପାଇଥିଲା। ତେବେ ନିକଟରେ ଇଣ୍ଡୋନେସିଆର ପ୍ରତିବନ୍ଧକ ହଟାଇବା ପରେ ବୈଶ୍ୱିକ ବଜାରରେ ତେଲ ଦର ହ୍ରାସ ପାଇଛି।

Show More

Related Articles

Back to top button