Breaking PLUSଦେଶମୁଖ୍ୟ ଖବର

ଅରବିନ୍ଦ କେଜରିୱାଲଙ୍କୁ ଚତୁର୍ଥ ସମନ ପଠାଇଲା ଇଡି

ନୂଆଦିଲ୍ଲୀ, 13 ଜାନୁୟାରୀ – ଜାତୀୟ ରାଜଧାନୀ ଦିଲ୍ଲୀରେ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଚତୁର୍ଥଥର ସମନ ଜାରି କରିଛି । ଏବେ ସୁଦ୍ଧା କୌଣସି ସମୟରେ ହାଜର ହୋଇନାହାନ୍ତି କେଜରିୱାଲ । ସେ ନିଜର ଲିଗ୍ ଟିମ ଜରିଆରେ ସମନର ଜବାବ୍ ପଠାଇଛନ୍ତି । ଏବେ ଇଡି ନୂଆ ସମନ ଜାରି କରି ଜାନୁୟାରୀ 18ରେ ପଚରାଉଚରା ପାଇଁ ଡାକିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ କେଜରିୱାଲ 18,19 ଓ 20 ଜାନୁୟାରୀରେ ଗୋଆ ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ଏଥର ବି ଇଡି ମୁଖ୍ୟାଳୟରେ ହେବେନି ବୋଲି ଆଶଙ୍କା କରାଯାଉଛି ।

Show More

Related Articles

Back to top button