Breaking PLUSଦେଶ ବିଦେଶମୁଖ୍ୟ ଖବର

ଚୀନରେ କୋଇଲା ଖଣିରେ ବିସ୍ଫୋରଣ, 8 ମୃତ

ବେଜିଂ, 13 ଜାନୁୟାରୀ – ଚୀନରେ ହେନାନ ଅଞ୍ଚଳରେ ପିଙ୍ଗଡିଙ୍ଗଶାନରେ ଏକ କୋଇଲା ଖଣିରେ ଶୁକ୍ରବାର ଅପରାହ୍ନ ପ୍ରାୟ 3ଟି ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ 8ଜଣଙ୍କ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ 8ଜଣ ନିଖୋଜ ଅଛନ୍ତି ।
ଚାଇନା ଗଣମାଧ୍ୟମ ସୂଚନା ଅନୁସାରେ ବିସ୍ଫୋରଣ ସମୟରେ କୋଇଲା ଖଣିରେ 425ଜଣ ଲୋକ ଉପସ୍ଥିତ ଥିଲେ । ଏଥିରୁ 8ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 8ଜଣ ନିଖୋଜ ଅଛନ୍ତି । ଅନ୍ୟ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି । ତିୟାନାନ କୋଲ ମାଇନିଂ କମ୍ପାନୀ ଲିମିଟେଡର କୋଇଲା ଖଣିରେ ଏହି ବିସ୍ଫୋରଣ ହୋଇଛି । କୋଇଲା ଖଣିର କିଛି କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି ।

Show More

Related Articles

Back to top button