Breaking PLUSଦେଶମୁଖ୍ୟ ଖବର

ନଗର ପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ମନ୍ତ୍ରୀ ସୁଜିତଙ୍କର ଘରେ 14ଘଣ୍ଟା ଧରି ତଲାସୀ ଅଭିଯାନ ଚଳାଇଲା ଇଡି

କୋଲକାତା, 13 ଜାନୁୟାରୀ- ନଗର ପାଳିକା ନିଯୁକ୍ତି ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ଇଡି ଅଗ୍ନିଶମ ମନ୍ତ୍ରୀ ସୁଜିତ ବୋଷଙ୍କର ଶ୍ରୀଭୂମି ସ୍ଥିତ ଘରେ ରେଡ୍ କରିଥିଲା । ଏଠାରେ ବିଳମ୍ବିତ ରାତି ଯାଏ ତଲାସୀ ଅଭିଯାନ ଜାରି ରହିଛି । ଇଡି ଅଧିକାରୀ ଶନିବାର କହିଛନ୍ତି ଯେ, ପ୍ରାୟ 14ଘଣ୍ଟା ଯାଏ ତଲାସୀ ଅଭିଯାନ ଚାଲିଥିଲା । ଏଠାରୁ ଅଧିକାରୀମାନେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରିଛନ୍ତି । କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନେ ମନ୍ତ୍ରୀ ବାସଭବନରୁ ବାହାରିବା ପରେ ସୁଜିତ ନିଜେ ଘରୁ ବାହାରକୁ ଆସିଥିଲେ । ବିବେକାନନ୍ଦଙ୍କ ଜୟନ୍ତୀରେ ତାଙ୍କର ବ୍ୟାପକ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଇଡି ଘରକୁ ଆସିବା ପରେ ସବୁ ସ୍ଥଗିତ ହୋଇଯାଇଥିଲା ।

Show More

Related Articles

Back to top button