Breaking PLUSଓଡ଼ିଶାମୁଖ୍ୟ ଖବର

ଆଜିଠୁ ଆରମ୍ଭ ହେବ ଇକୋ ରିଟ୍ରିଟ୍

ଭର୍ଚୁଆଲ ମୋଡ୍ ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ଆରମ୍ଭ ହେବ ଇକୋ ରିଟ୍ରିଟ୍ । ଏହା ମାଧ୍ୟମରେ ପର୍ଯ୍ୟଟକମାନେ ନିଆରା ଅନୁଭୂତି ସାଉଁଟିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଇକୋ ରିଟ୍ରିଟ୍ ଉଦଘାଟନ କରିବେ । ଏନେଇ କୋଣାର୍କ-ପୁରୀ ବେଳାଭୂମି ରାମଚଣ୍ଡି ମୁହାଣ ନିକଟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଏହି ଇକୋ ରିଟ୍ରିଟ୍ ତିନି ମାସ ପର୍ଯ୍ୟନ୍ତ ଚାଲିବ । କୋଣାର୍କ ପରି ଭିତରକନିକାରେ ମଧ୍ୟ ଆରମ୍ଭ ହେବ ଇକୋ ରିଟ୍ରିଟ୍ । ଆଜିଠୁ ଭିତରକନିକାର ପେଣ୍ଠ ବେଳାଭୂମିରେ ଇକୋ-ରିଟ୍ରିଟ କରାଯାଉଛି । ଅସ୍ଥାୟୀ ତମ୍ବୁଗୁଡ଼ିକ ନିର୍ମାଣ କରାଯାଇଛି । ଯେଉଁ ପର୍ଯ୍ୟଟକମାନେ ଆସିବେ ଏହି ତମ୍ବୁ ତଳେ ରାତି ବିତାଇପାରିବେ । ପଞ୍ଚତାରକା ହୋଟେଲର ବ୍ୟବସ୍ଥା ରହିଛି ।

ଦିନବେଳା ବୋଟ ଯୋଗେ ଜଳଯାତ୍ରା କରିବେ । ବୋଟ ଯୋଗେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବିଶେଷ କରି ଶୀତୁଆ ରାତିରେ ପର୍ଯ୍ୟଟକମାନେ ନିଆରା କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରିବେ ।

Show More

Related Articles

Back to top button