Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଜାନୁଆରୀ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ବନ୍ଦ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଏବେ ସାରା ଦେଶରେ ଆତଙ୍କ ଖେଳାଇଛି । ଓମିକ୍ରନ୍‌ ଲାଗି ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶ ଗସ୍ତ ଉପରେ ରୋକ ଲଗାଇଛି ଡିଜିସିଏ । ଏନେଇ ଡାଏରେକ୍ଟର ଜେନେରାଲ ଅଫ୍‌ ସିଭିଲ ଏଭିଏସନ ସୂଚନା ଦେଇଛି । ତେବେ ପ୍ରତିବନ୍ଧକ ସମସ୍ତ କାର୍ଗୋ-ବିମାନ ଏବଂ ସ୍ୱତନ୍ତ୍ର ଅନୁମୋଦିତ ବିମାନ ପାଇଁ ନୁହେଁ ।

ଡିଜିସିଏ କହିଛି ଯେ କୋଭିଡ-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ୨୬ ନଭେମ୍ବର ୨୦୨୧ରେ ଜାରି ହୋଇଥିବା ସର୍କୁଲାରରେ କିଛି ପରିବର୍ତ୍ତନ କରାଯାଇଛି । ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଚିହ୍ନଟ ପରେ ଡିଜିସିଏ ବିଦେଶ ଗସ୍ତ ଉପରେ ରୋକ ଲଗାଇଛି । ପୂର୍ବରୁ ୧୫ ନଭେମ୍ବରରେ ବିମାନ ମନ୍ତ୍ରଣାଳୟ କହିଥିଲା କି ୧୫ ଡିସେମ୍ବରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ହେବ । କିନ୍ତୁ ଏବେ ଭାରତରେ ଓମିକ୍ରନ ଚିହ୍ନଟ ହେବା ପରେ ବିମାନ ମନ୍ତ୍ରଣାଳୟ ଏପରି ନିଷ୍ପତି ନେଇଛି ।

Show More

Related Articles

Back to top button