ଜୀବନଚର୍ଯ୍ୟାଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଟିକା ନେବାପରେ ଖାଆନ୍ତୁ ଏହିସବୁ ଖାଦ୍ୟ

ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱରେ କରୋନା ମହାମାରୀ ତାଣ୍ଡବ ରଚିଛି । ଏଥିପାଇଁ ବିଭିନ୍ନ ବର୍ଗର ବ୍ୟକ୍ତି ଭିନ୍ନ ଭିନ୍ନ ପ୍ରକାର ଟିକା ନେଉଛନ୍ତି । ତେବେ ଅନେକ ବ୍ୟକ୍ତିଙ୍କଠାରେ ଟିକା ନେବା ପରେ ବିଭିନ୍ନ ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିଥାଏ । ନିଜ ଖାଦ୍ୟ ଏବଂ ଦିନଚର୍ଯ୍ୟା ଉପରେ ଧ୍ୟାନ ଦେଲେ ଏହି ଅସୁବିଧାକୁ ଅନେକାଂଶରେ ରୋକାଯାଇପାରିବ । ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଖାଇଲେ ଇମ୍ୟୁନିଟି ମଜଭୁତ ହେବା ସହ ଟିକାର ସାଇଡଇଫେକ୍ଟ କମ୍ ରହିଥାଏ ।

ପିଆଜି ଓ ରସୁୁଣ- ପିଆଜ ଏବଂ ରସୁଣ ଭଲ ଇମ୍ୟୁନିଟି ବୁଷ୍ଟର ଭାବେ କାମ କରେ । ଟିକା ନେବା ପରେ ଖାଉଥିବା ଖାଦ୍ୟରେ ପିଆଜ ଓ ରସୁଣ ବ୍ୟବହାର କରନ୍ତୁ । କଞ୍ଚା ରସୁଣରେ ମାଙ୍ଗାନିଜ୍, ଭିଟାମିନ୍ ବି୬, ଫାଇବର, ସେଲେନିୟମ୍, ଭିଟାମିନ୍ ସି ଏବଂ କିଛି ପରିମାଣର କ୍ୟାଲସିୟମ୍, କପର, ପୋଟାସିୟମ୍, ଆଇରନ୍ ଏବଂ ଫସଫରସ୍ ରହିଥିବାବେଳେ ଏଥିରେ ଅଧିକ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ । ସେହିପରି ପିଆଜରେ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ମିଳିଥାଏ ।

ଫଳ- ଟିକା ନେବା ପରେ ପାଣିର ପରିମାଣ ଥିବା ଫଳ ଅଧିକ ମାତ୍ରାରେ ଖାଇବା ଉଚିତ । ଏହା ଟିକାର ପାଶ୍ୱର୍ପ୍ରତିକ୍ରିୟା କମ୍ କରିବାରେ ସହାୟକ ହୁଏ । ତରଭୁଜ, ଖରଭୁଜ, ଡାଳିମ୍ବ, ଆମ୍ବ, କଦଳୀ, ସାପେଟା, ଜାମୁନ ଆଦି ଖାଇବା ଉଚିତ । ଏହା ଆମ ଶରୀରକୁ ହାଇଡ୍ରେଟ୍ ରଖିବାରେ ସହାଯ୍ୟ କରେ । ଏଥିସହ ଏହା ଇମ୍ୟୁନିଟି ମଧ୍ୟ ବଢ଼ାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଟିକା ନେବା ପୂର୍ବରୁ ଏବଂ ପରେ ଶରୀରକୁ ହାଇଡ୍ରେଟ୍ ରଖିବା ନିହାତି ଜରୁରୀ ।

ସବୁଜ ପନିପରିବା: ଯେକୌଣସି ବି ଗମ୍ଭୀର ପାଶ୍ୱର୍ ପ୍ରତିକ୍ରିୟା ଠାରୁ ଦୂରେଇ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ । ସବୁଜ ପନିପରିବା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ଏଥିରେ ପ୍ରଚୁର ମାତ୍ରାରେ ପୁଷ୍ଟିକର ତତ୍ତ୍ୱ ଥାଏ । ଯଦି ଆପଣ ଟିକା ନେଇଛନ୍ତି ତେବେ ନିଜ ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ । ଆପଣ ଚାହିଁଲେ ସବୁଜ ପନିପରିବାକୁ ରୋଷେଇ କରି ଅବା ସାଲାଡ ରୂପେ ମଧ୍ୟ ଖାଇପାରିବେ ।

ହଳଦୀ: ହଳଦୀକୁ ପ୍ରାକୃତିକ ଇମ୍ୟୁନିଟି ବୁଷ୍ଟର ବୋଲି ବିଶ୍ୱାସ କରାଯାଏ । ଏହା ଅବସାଦ ଦୂର କରିବାରେ ସହାୟକ ହୁଏ । ଏଥିସହ ହଜମ ଶକ୍ତି ଏବଂ ଦେହ ହାତ ଯନ୍ତ୍ରଣା ମଧ୍ୟ ଦୂର କରେ ହଳଦୀ । ତେଣୁ ଆପଣ ଦିନରେ ଥରେ କିମ୍ବା ଦୁଇଥର କାଢ଼ାରେ ହଳଦୀ ପକାଇ ପିଇପାରିବେ । ଏଥିସହ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ହଳଦୀ ପକାଇ ପିଇବା ଉଚିତ ।

ପାଣି: ଟିକା ନେବା ପରେ ସବୁଠାରୁ ଜରୁରୀ ହେଲା ଶରୀରକୁ ହାଇଡ୍ରେଟ ରଖିବା । ଏହାଦ୍ୱାରା ଆପଣଙ୍କ ଶରୀର ଆକ୍ଟିଭ ରୁହେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଟିକା ନେବାର ଦିନକ ପୂର୍ବରୁ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ । ତେବେ ଥଣ୍ଡା ନୁହେଁ ଉଷୁମ ପାଣି ପଇବା ଉଚିତ । ପାଣି ବ୍ୟତୀତ ଆପଣ ଚାହିଁଲେ ସୁପ୍‌, ହର୍ବାଲ ଚା’, କାଢ଼ା, ଜୁସ୍ ବା ମିଲ୍ପ ସେକ୍ ଆଦି ପିଇପାରିବେ ।

ଫାଇବର ଯୁକ୍ତ ଖାଦ୍ୟ: ଟିକା ନେବା ପରେ ଫାଇବରରେ ଭରପୁର ଖାଦ୍ୟ ଖାଇବା ଉଚିତ । ଏହା ଟିକାର ସାଇଡ ଇଫେକ୍ଟ କମ କରିବାରେ ସହାୟକ ହୁଏ । ଏଥିସହ ଇମ୍ୟୁନିଟି ମଧ୍ୟ ବଢ଼ାଏ । ତେଣୁ ଆପଣ ବ୍ରାଉନ ରାଇସ, ମକା, ବାଜରା, ମାଣ୍ଡି, ଓଟସ୍‌, ବୁଟ, ସତୁ ଆଦି ନିଜ ଡାଏଟ ସାମିଲ କରନ୍ତୁ

Show More

Related Articles

Back to top button