Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷାସ୍ୱତନ୍ତ୍ର

ଶିକ୍ଷା ମନ୍ତ୍ରୀଙ୍କ ବଡ ଘୋଷଣା : ଅପ୍‌ଗ୍ରେଡ୍‌ ହେବ ୧୦୦ଟି ହାଇସ୍କୁଲ

ଭୁବନେଶ୍ୱର : ସ୍କୁଲଗୁଡ଼ିକରୁ ଡ୍ରପ୍‌ଆଉଟ୍‌ ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଆସନ୍ତା ଶିକ୍ଷା ବର୍ଷରୁ ଅପଗ୍ରେଡ ହେବ ୧୦୦ଟି ହାଇସ୍କୁଲ। ଯେଉଁ ସବୁ ବ୍ଲକରେ +୨ କଲେଜ ନାହିଁ ସେଠାରେ ହାଇସ୍କୁଲଗୁଡ଼ିକୁ ଅପଗ୍ରେଡ୍‌ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ମାଟ୍ରିକ ପାସ୍‌ ହେବା ପରେ ପାଖରେ ଯୁକ୍ତ ଦୁଇ କଲେଜ ନ ଥିବାରୁ ପିଲାମାନେ ପାଠପଢା ଛାଡୁଛନ୍ତି। ଏଣୁ ସ୍କୁଲଗୁଡ଼ିକୁ ଅପ୍‌ଗ୍ରେଡ୍‌ କରାଯିବା ପରେ ଝିଅ ପିଲାଙ୍କ ପାଇଁ ବିଶେଷ ସୁବିଧା ହେବ। ଏଥିଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଥିବା ସେ ସୂଚନା ଦେଇଛନ୍ତି।

Show More

Related Articles

Back to top button