ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ମଧୁମେହକୁ ନିୟନ୍ତ୍ରଣ ରଖିବା ପାଇଁ ପ୍ରତିଦିନ ଖାଆନ୍ତୁ ପିଜୁଳି

ମଧୁମେହ ବର୍ତ୍ତମାନ ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଛୋଟରୁ ବଡ ପର୍ଯ୍ୟନ୍ତ ଅଧିକାଂଶ ଏହି ରୋଗରେ ସମ୍ମୁଖୀନ ଅଟନ୍ତି । ଏହି ରୋଗରୁ ଉପଶମ ପାଇବା ପାଇଁ ଅନେକ ଖାଦ୍ୟ ଖାଇବାକୁ ବାରଣ କରାଇଥାଏ । ବିଶେଷ କରି ମିଠା ଜାତୀୟ ଖାଦ୍ୟକୁ ସଂପୂର୍ଣ୍ଣ ନିଷେଧ କରାଯାଏ । ତେବେ ଏମିତି ଏକ ଫଳ ରହିଛି ,ଯାହାକୁ ମଧୁମେହ ରୋଗୀ ଖାଇବା ଉଚିତ୍ । ତାହା ହେଉଛି ପିଜୁଳି । । ମଧୁମେହ ସମସ୍ୟାରୁ ମୁକ୍ତି ପାଇବା ପାଇଁ ପିଜୁଳିକୁ ସର୍ବତ୍ତୋମ ଫଳ କୁହାଯାଇଛି।  କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ମଧୁମେହ ରୋଗୀମାନେ ସେହି ଜିନିଷଗୁଡିକ ଖାଇବା ଉଚିତ୍, ଯେଉଁଥିରେ ମିଠା ପରିମାଣ ଅଳ୍ପ ଥିବ। ଏହି କାରଣରୁ ପିଜୁଳି ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ପିଜୁଳିରେ ଭିଟାମିନ୍-ସି, ଭିଟାମିନ୍-ବି, ଭିଟାମିନ୍-ଏ ଏବଂ ଫସଫରସ୍ ଭରପୂର ଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ପିଜୁଳି ସହିତ ପିଜୁଳି ପତ୍ରର ବ୍ୟବହାର ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ।

ପିଜୁଳିରେ ଭଲ ପରିମାଣର ଫାଇବର ମିଳିଥାଏ। ଫାଇବର ଗ୍ଲୁକୋଜର ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ। ମଧୁମେହ ରୋଗୀ ପିଜୁଳି ଖାଇଲେ ଖାଇଲେ ସୁଗାର ଲେବେଲ ନିୟନ୍ତ୍ରଣ ହୁଏ। କାରଣ ଏଥିରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଅଟେ। କେବଳ ପିଜୁଳି ନୁହେଁ, ମଧୁମେହ ରୋଗୀମାନେ ଏହାର ପତ୍ରରୁ ପ୍ରସ୍ତୁତ ଚା ମଧ୍ୟ ଖାଇପାରିବେ। ଏଥିରୁ ପ୍ରସ୍ତୁତ ଚା ପିଇବା ଦ୍ୱାରା ଇନସୁଲିନ୍ ସ୍ତର ନିୟନ୍ତ୍ରିତ ହୋଇଥାଏ। ଯଦି ଆପଣ ପିଜୁଳି ଚୋପା ଖାଆନ୍ତି, ତେବେ ଆପଣଙ୍କ ରକ୍ତରେ ସୁଗାର ଲେବେଲ ନିୟନ୍ତ୍ରିତ ହେବ।

Show More

Related Articles

Back to top button