Breaking PLUSଦେଶମୁଖ୍ୟ ଖବର

ଲେହ-ଲଦ୍ଦାଖରୁ କିର୍ଗିସ୍ତାନ ଯାଏ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ- ଭାରତର ଲେହ-ଲଦ୍ଦାଖରୁ ନେଇ ସାତ ସମୁଦ୍ର ପାର୍ କିର୍ଗିସ୍ତାନରେ ଆଜି ସକାଳେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭାରତର ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଓ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋ ସାଇନ୍ସେଜ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଆଜି ସକାଳ 5.39 ମିନିଟ ସମୟରେ ଲେହ ଓ ଲଦ୍ଦାଖରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.4 ରେକର୍ଡ ହୋଇଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଅନ୍ୟପଟେ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋ ସାଇନ୍ସେଜ ଅନୁସାରେ କିର୍ଗିସ୍ଥାନ-ଝିଂଜିୟାଙ୍ଗ ସୀମା ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6 ରେକର୍ଡ ହୋଇଛି । ଭୂକମ୍ପ 10 କିଲୋମିଟର ଗଭୀରରେ ହୋଇଛି ।

Show More

Related Articles

Back to top button