Breaking PLUSଦେଶମୁଖ୍ୟ ଖବର

ଫେବୃୟାରୀ 4ରେ ଧାନବାଦ ଗସ୍ତ କରିବେ ହେମନ୍ତ ସୋରେନ ଓ ରାହୁଲ ଗାନ୍ଧି

ରାଞ୍ଚି- ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଫେବୃୟାରୀ 4ରେ ଧାନବାଦ ଗସ୍ତ କରୁଛନ୍ତି । ଧାନବାଦ ଗଲ୍ଫ ଗ୍ରାଉଣ୍ଡରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଫେବୃୟାରୀ 4ରେ ନିଜର ସ୍ଥାପନା ଦିବସ ପାଳନ କରିବେ । ପ୍ରତିବର୍ଷ ହେମନ୍ତ ସୋରେନ ସ୍ଥାପନା ଦିବସ ସମାରୋହରେ ସାମିଲ ହୋଇଥାନ୍ତି । ଚଳିତ ବର୍ଷ ବି ସମାରୋହରେ ସାମିଲ ହେବେ ।
ଏହା ସହିତ ଧାନବାଦରେ ଫେବୃୟାରୀ 4ରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ମଧ୍ୟ ନ୍ୟାୟ ଯାତ୍ରା ପହଞ୍ଚିବ । କଂଗ୍ରେସ ଜିଲ୍ଲା ସନ୍ତୋଷ ସିଂହ କହିଛନ୍ତି ଯେ, ଫେବୃୟାରୀ 3ରେ ଝାରଖଣ୍ଡର ପାକୁଡରୁ ଦୁମକା, ଦେବଘର, ଜାମତାଡା, ସାହିବପଞ୍ଜ ଦେଇ ରାହୁଲ ଧାନବାଦରେ ପହଞ୍ଚିବେ । ଫେବୃୟାରୀ 4ରେ ଧାନବାଦରେ ଜନସଭା କରିବେ ରାହୁଲ ଗାନ୍ଧି ।

Show More

Related Articles

Back to top button