Breaking PLUSଦେଶମୁଖ୍ୟ ଖବର

ହିମାଚଳ ପ୍ରଦେଶ ମଣ୍ଡି ଜିଲ୍ଲାରେ ଭୂକମ୍ପ ଝଟ୍‌କା

ଶିମଲା- ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ମଙ୍ଗଳବାର ସକାଳେ ଭୂକମ୍ପର ମୃଦୁ ଝଟ୍‌କା ଅନୁଭୂତ ହୋଇଛି । ପାଣିପାଗ ବିଭାଗ କେନ୍ଦ୍ର ଶିମଲା ମୁତାବକ ଭୂକମ୍ପର ଝଟ୍‌କା ସକାଳ 6.56 ମିନିଟ ସମୟରେ କିଛି ସେକେଣ୍ଡ ପାଇଁ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.2 ରେକର୍ଡ ହୋଇଛି । ଯାହାର କେନ୍ଦ୍ର ଥୁନାଗର କ୍ୟୋଲି ନାମକ ସ୍ଥାନରେ ରହିଛି । ଏହି ସ୍ଥାନ ମଣ୍ଡି ଓ କୁଲ୍ଲୁ ଜିଲ୍ଲାର ସୀମାନ୍ତରେ ରହିଛି । କୁଲୁ ଓ ବିଳାସପୁର ଜିଲ୍ଲାରେ ବି ଲୋକେ ଭୂକମ୍ପ ଝଟ୍‌କା ଅନୁଭବ କରିଛନ୍ତି । ଭୂକମ୍ପର ଗଭୀରତତା ଭୂମତ ଠାରୁ 5 କିଲୋମିଟର ତଳେ ରହିଛି । ଭୂକମ୍ପର ତୀବ୍ରତା କମ୍ କାରଣରୁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ ।

Show More

Related Articles

Back to top button