Breaking PLUSଦେଶ ବିଦେଶମୁଖ୍ୟ ଖବର

ଭୂକମ୍ପ ଝଟ୍‌କାରେ ଆମେରିକାରେ ଦୋହଲିଲା ବିଲ୍ଡିଂ

ୱାଂଶିଟନ-ପୂର୍ବୋତ୍ତର ସଂଯୁକ୍ତ ରାଜ୍ୟ ଆମେରିକାର କିଛି ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁ ଅଂଚଳର ବଡ ବଡ ବିଲ୍ଡିଂ ଦୋହଲିଯାଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ଘରୁ ଓ କାରରୁ ବାହାରକୁ ବାହାରି ଆସିଥିଲେ ।
ୟୁନାଇଟେଡ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଶୁକ୍ରବାର ସକାଳ 10.23 ମିନିଟ ସମୟରେ ଆସିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.8 ବୋଲି କହିଛି । ସୂଚନା ଅନୁସାରେ ପୂର୍ବୋତ୍ତର ମିଳିତ ରାଷ୍ଟ୍ର ଆମେରିକାରେ ଏହି ଝଟକା ଫିଲାଡେଲ୍‌ଫିୟାରୁ ବୋଷ୍ଟନ ମଧ୍ୟରେ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁ ବଡ ବଡ ବିଲ୍ଡିଂ ଦୋହଲିବାକୁ ଲାଗିଥିଲା । ଭୂକମ୍ପର କେନ୍ଦ୍ର ପ୍ରାୟ 40 ମାଇଲ ପଶ୍ଚିମରେ ହ୍ୱାଇଟ ହାଉସ ଷ୍ଟେସନ, ନ୍ୟୁଜର୍ସି ନିକଟରେ ଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button