Breaking PLUSଦେଶମୁଖ୍ୟ ଖବର

ପିଏମ ମୋଦିଙ୍କ ବିରୁଦ୍ଧରେ ଅପଶବ୍ଦ ବ୍ୟବହାର କଲେ ମମତା, ନିର୍ବାଚନ କମିଶନରଙ୍କ ନିକଟରେ ବିଜେପିର ଅଭିଯୋଗ

କୋଲକାତା- କୁଚବିହାର ଜନସଭାରୁ ପିଏମ ମୋଦିଙ୍କ ପାଇଁ ଅପଶବ୍ଦ ବ୍ୟବହାର କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୁଦ୍ଧରେ ବିଜେପି ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛି । ଖାଦ୍ୟ ସୁରକ୍ଷା ଯୋଜନା ଉପରେ ପିଏମ ନରେନ୍ଦ୍ର ମୋଦିଙ୍କ ଫଟୋ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ । ତେବେ ତାଙ୍କୁ ଅନୁଭବ ହେବା ମାତ୍ରେ ସେ ତୁରନ୍ତ ତାଙ୍କ ଶବ୍ଦ ପ୍ରତ୍ୟାହାର କରିଥିଲେ ।
ମମତା କହିଥିଲେ ଯେ, ମୁଁ ଭଲ ଭାବେ ସଭ୍ୟ ଭାଷାରେ କଥା କହିଥାଏ, କିନ୍ତୁ କହୁ କହୁ ରାଗରେ ବାହାରିଗଲା । ତେବେ ବିଜେପି ତାଙ୍କ ସଫେଇକୁ ଗୁରୁତ୍ୱ ନଦେଇ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛି ।ପାର୍ଟି ପକ୍ଷରୁ ପତ୍ରରେ ଲେଖାଯାଇଛଇ ଯେ, ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ମମତା ବାନାର୍ଜୀ ସାର୍ବଜନୀନ ସଭାରେ ପିଏମ ମୋଦିଙ୍କୁ ଅପମାନିତ କରିଛନ୍ତି ।

Show More

Related Articles

Back to top button