Breaking PLUSଦେଶ ବିଦେଶମୁଖ୍ୟ ଖବର

ଆଫଗାନିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ

କାବୁଲ, 12 ଡିସେମ୍ବର – ଆଫଗାନିସ୍ତାନରେ ଆଜି ସକାଳେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.2 ରେକର୍ଡ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁସାରେ ଭୂକମ୍ପ ଆଜି ସକାଳ 7.35 ମିନିଟ ସମୟରେ ଅନୁଭୂତ ହୋଇଥିଲା । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।
ଏଠାରେ ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଆଫଗାନିସ୍ତାନର ଫୈଜାବାଦରେ 4.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଫୈଜାବାଦ ଠାରୁ 180 କିଳୋମିଟର ଦକ୍ଷିଣ-ପୂର୍ବ ଗଭୀରରେ ଏହାର କେନ୍ଦ୍ର ରହିଛି ।

Show More

Related Articles

Back to top button