ବାଣିଜ୍ୟ

ଦଶହରା ଓ ଦୀପାବଳି ପାଇଁ ଟାଟା ମୋଟର୍ସର ନୂଆ ସ୍କିମ, ୪ହଜାର ଟଙ୍କା EMI ରେ କିଣିପାରିବେ କାର୍

ଦଶହରା ଓ ଦୀପାବଳିକୁ ଦୃଷ୍ଟିରେ ରଖି ଟାଟା ମୋଟର୍ସ ନିଜ ଗ୍ରାହକଙ୍କ ପାଇଁ ଅଫର୍ ଆଣିଛି। ଟାଟା ମୋଟର୍ସ HDFC ବ୍ୟାଙ୍କ୍ ସହ ଚୁକ୍ତି କରିଛି

ବ୍ୟାଙ୍କ୍ ସହ କମ୍ପାନୀ ଦୁଇଟି ନୂଆ ସ୍କିମ୍ ଲଞ୍ଚ୍ କରିଛି। ଏହି ସ୍କିମ୍ ନଭେମ୍ବର ୩୦ ଯାଏଁ ଜାରି ରହିବ। ଏଥିରେ ଗ୍ରାଜୁଆଲ୍ ସ୍ଟେପଅପ୍ ଓ TML ଫ୍ଲେକ୍ସି ଡ୍ରାଇଭ୍ ସ୍କିମ୍ ସାମିଲ୍ ରହିଛି। ଏହି ସ୍କିମ BS-IV ରେଞ୍ଜର ନୂଆ କାର୍ ଓ SUVs ପାଇଁ ଲାଗୁ ହେବ। ଏଥିରେ ଇଲେକ୍ଟ୍ରୋନିକ୍ ଗାଡି ମଧ୍ୟ ସାମିଲ୍ ରହିବ।ଗ୍ରାଜୁଆଲ୍ ସ୍ଟେପଅପ୍ ସ୍କିମ୍ ଅନ୍ତର୍ଗତ ଗ୍ରାହକ ପ୍ରତି ଲକ୍ଷେ ଟଙ୍କାରେ ଅତିକମରେ ମାସକୁ ୭୯୯ ଟଙ୍କା EMI ବିକଳ୍ପ ପ୍ରାପ୍ତ କରିପାରିବେ। ଏହା ପ୍ରଡକ୍ଟ ଓ ଭେରିଏଣ୍ଟ ଛଡା ଆକର୍ଷକ ସୁଧ ଉପରେ ନିର୍ଭର କରିବ। କ୍ରେତାଙ୍କ ଟଙ୍କା ଶୁଝିବା ଆଧାରରେ EMI ଅବଧି ଧୀରେ ଧୀରେ ଦୁଇ ବର୍ଷକୁ ବୃଦ୍ଧି ପାଇବ। ଟଙ୍କାରେ ଅତିକମରେ ପ୍ରତି ମାସରେ ୭୮୯ ଟଙ୍କା EMI ଦେବାକୁ ପ୍ରାବଧାନ ରହିଛି।

ଏଥିରେ ମଧ୍ୟ ପ୍ରଡକ୍ଟ ଓ ଭେରିଏଣ୍ଟ ନିର୍ଭର କରୁଛି। ଏହାଛଡା କମ୍ପାନୀ PV ପ୍ରଡକ୍ଟ ରେଞ୍ଜରେ ଉଭୟ ସ୍କିମ୍ ଅନ୍ତର୍ଗତ ୧୦୦ ପ୍ରତିଶତ ଏକ୍ସ ଶୋ’ରୁମ୍ ଫାଇନାନ୍ସ ପ୍ରଦାନ କରିଥାଏ। ଏହି ପ୍ରକ୍ରିୟା ପାଇଁ ଗ୍ରାହକ ଟାଟା ମୋଟର୍ସ ଡିଲରଙ୍କ ପାଖକୁ ଯାଇ ସବିଶେଷ ତଥ୍ୟ ସଂଗ୍ରହ କରିପାରିବେ। ଏହାଛଡା HDFC ବ୍ୟାଙ୍କ ମାଧ୍ୟମରେ ସୁଧ ଚୟନ କରି ଗ୍ରାହକ ନିଜ ପାଇଁ କାର କିଣିପାରିବେ। ଦଶହରା ଓ ଦୀପାବଳିରେ ଟାଟା ମୋଟର୍ସ ନିଜ ଗ୍ରାହକଙ୍କ ପାଇଁ କାର କିଣିବାକୁ ସର୍ବୋତମ ମଉକା ଦେଇଛି।ବର୍ତ୍ତମାନ ଟାଟାର ହ୍ୟାଚବ୍ୟାକ୍ କାର୍ ALTROZ ର ପ୍ରଚଳନ ବହୁଳ ଭାବେ ରହିଛି। ଭାରତରେ ଏହାକୁ ସବୁଠାରୁ ସୁରକ୍ଷିତ କାର ବୋଲି କୁହାଯାଏ। ଏଥିରେ EMI ଅଫର ମଧ୍ୟ ବହୁତ ଭଲ ରହିଛି। ତାଛଡା EMI ପାଇଁ ୩ ମାସିଆ ଅଫର୍ ମଧ୍ୟ ରହିଛି।

Show More

Related Articles

Back to top button