ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଶୀତଦିନେ ନାନା ଶାରୀରିକ ସମସ୍ୟାକୁ ଦୂର କରିଥାଏ କମଳା

ଆସନ୍ତୁ ଜାଣିବା କିପରି-

ଶୀତ ଦିନେ ଖରାରେ ବସି କମଳା ଖାଇବାର ମଜା କିଛି ନିଆରା। କମଳାରେ ଭିଟାମିନ୍‌ ସିର ମାତ୍ରା ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ସହ ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଅନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗ ଏବଂ ମଧୁମେହ ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏବେ ଆସନ୍ତୁ ଜାଣିବା ପ୍ରତିଦିନ ଗୋଟେ କମଳା ଖାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ…

୧. କମଳାର ସେବନ ପ୍ରତିଦିନ କରିବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ଠିକ୍‌ ରହିବା ସହ ରକ୍ତ ସଞ୍ଚାଳନ ଠିକ୍‌ ଭାବରେ ହୋଇଥାଏ । ଏହା ସହ ଏଥିରେ ଥିବା ଫାଇଟୋକେମିକାଲ ତତ୍ତ୍ୱ ରକ୍ତ ଜମାଟ ବାନ୍ଧିବାକୁ ଦେଇ ନଥାଏ । ଯାହାଦ୍ୱାରା ହୃଦ୍‌ ସମସ୍ୟାର ମଧ୍ୟ ଆଶଙ୍କା କମ ହୋଇଥାଏ ।

୨.କମଳାରେ ନ୍ୟାଚୁରାଲ ସୁଗାର ଥିବାରୁ ଏହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ । ଯାହାଦ୍ୱାରା ମଧୁମେହ ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ । ମଧୁମେହ ରୋଗୀମାନେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ କମଳା ଖାଇ ପାରିବେ ।

୩. ଏଥିରେ ଭିଟାମିନ୍‌ ସି ଥିବାରୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯାହାଦ୍ୱାରା ନିୟମିତ ଭାବେ କମଳା ଖାଉଥିବା ବ୍ୟକ୍ତି ସହଜରେ ରୋଗଗ୍ରସ୍ତ ହୁଅନ୍ତି ନାହିଁ ।

Show More

Related Articles

Back to top button